Spread the love

ଅକ୍ଟୋବର ମାସ ପାଇଁ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ

ଅନୁଗୋଳ : ଅନୁଗୋଳ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ମାଇଁଙ୍କର ଅକ୍ଟୋବର ମାସ ପାଇଁ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏଥୁରେ ଜିଲ୍ଲାପାଳ ଓ ଅନୁଗୋଳ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁଧାଂଶୁ ଶେଖର ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେବେ । ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅକ୍ଟୋବର ମାସ ୩ ତାରିଖ (ମଙ୍ଗଳବାର) ପୂର୍ବାହ୍ନ ୧୦ଘଟିକା ସମୟରେ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଜିଲ୍ଲା କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହେବାକୁ ଥିବାବେଳେ ୯ ତାରିଖ (ସୋମବାର) ପୂର୍ବାହ୍ନ ୧୦ଘଟିକା ସମୟରେ ପାଲଲହଡା ବ୍ଲକ କାର୍ଯ୍ୟାଳୟ, ୧୬ ତାରିଖ (ସୋମବାର) ପୂର୍ବାହ୍ନ ୧୦ଘଟିକା ସମୟରେ ଜିଲ୍ଲା କାର୍ଯ୍ୟାଳୟ ଓ ୩୦ତାରିଖ (ସୋମବାର) ପୂର୍ବାହ୍ନ ୧୦ଘଟିକା ସମୟରେ ବଅଁରପାଳ ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ । ଏହି ସମସ୍ତ କାର୍ଯ୍ୟକ୍ରମରେ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ ଯୋଗ ଦେଇ ନିଜ ନିଜର ଆପରି ଅଭିଯୋଗ ଉପସ୍ଥାପନ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଜଣାଇ ଦିଆଯାଉଛି ।

କୌଣସି ଅଞ୍ଚଳବାସୀଙ୍କର ଯଦି କିଛି ସମସ୍ୟା ବା ଅଭିଯୋଗ ଥାଏ ତେବେ ସେ ପ୍ରଥମେ ସମ୍ପୃକ୍ତ ସ୍ଥାନୀୟ ଅଧିକାରୀଙ୍କ ନିକଟରେ ସମାଧାନ ପାଇଁ ଆବେଦନ କରିବାକୁ ଜଣାଇ ଦିଆଯାଉଛି । କୌଣସି ବ୍ୟକ୍ତି ପ୍ରଥମ କରି ସିଧାସଳଖ ଭାବେ ମିଳିତ ଜନଶୁଣାଣି ଶିବିରକୁ ଆସି ଆପତ୍ତି ଅଭିଯୋଗ ନ କରିବାକୁ ମଧ୍ୟ ଜଣାଇଦିଆଯାଉଛି ।

Leave a Reply

Your email address will not be published. Required fields are marked *