Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଅଖିଳ ଭାରତ କିଷାନ ସଂଘର୍ଷ ସମିତି ପକ୍ଷରୁ ଶପଥ ପାଠଦିବସ ପାଳିତ 

 

ଜେ ବି ଏନ, ବ୍ରହ୍ମପୁର – : (ଟୁକୁନା ପ୍ରଧାନ, ୦୧/୦୧/୨୦୨୧ ), ଭାରତ ବର୍ଷ ସମ୍ବିଧାନ ମୁଖବନ୍ଧରେ ବର୍ଣ୍ଣିତସମସ୍ତ ଲକ୍ଷ ଓ ଆଦର୍ଶକୁ ସାକାର କରିବା ସହ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ ୩ଟି କୃଷି ଆଇନର ପ୍ରତ୍ୟାହାର ପର୍ଯ୍ୟନ୍ତ ଦେଶବ୍ୟାପୀ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରିବା, ଦେଶରେ କୃଷକ ଓ କୃଷି ବ୍ୟବସ୍ଥାତଥା ଗ୍ରାମ୍ୟ ଅର୍ଥନୀତିକୁ କର୍ପୋରେଟ କବଳରୁ ରକ୍ଷା କରିବା, ଦେଶରେ ଖାଦ୍ୟ ନିରାପତ୍ତା ଓ ଆତ୍ମନିର୍ଭରଶୀଳତାକୁରକ୍ଷା କରିବା, ଦେଶରେ ବିଦ୍ୟୁତ ସଂଶୋଧନ ଆଇନର ପ୍ରତ୍ୟାହାର ସହ ଚାଷୀ ମାନଙ୍କୁ ସେମାନଙ୍କ ସମସ୍ତ କୃଷିଜାତ ଦ୍ରବ୍ୟର ଲଘୁତିର ଦେଢ଼ ଗୁଣକୁ ସର୍ବନିମ୍ନ ସହାୟକ ମୂଲ୍ୟ ଭାବେ ଘୋଷଣା କରି ଏହାକୁ ଆଇନ ଗତ ଭାବେ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ଅଖିଳ ଭାରତ କିଷାନ ସଂଘର୍ଷ ସମିତି ପକ୍ଷରୁ ଡାକରା ଦିଆଯାଇଥିବା ଶପଥ ପାଠ ଦିବସକୁ ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସଂ।କୁଡ଼ା ଠାରେ ଅଖିଳ ଭାରତ କୃଷକ ସଭା, ବେଗୁନିଆପଡା ଶାଖା ପକ୍ଷରୁ ପାଳନ କରାଯାଇଛି। ସଂଗଠନର ଉପସଭାପତି ରଙ୍କନାଥ ସ୍ୱାଇଁ, ଆଞ୍ଚଳିକ ସମ୍ପାଦକ ସତ୍ୟବାଦୀ ସ୍ୱାଇଁ, ଶାଖା ସମ୍ପାଦକ ଲକ୍ଷ୍ମଣ ସ୍ୱାଇଁ, କମଳ ଲୋଚନ ଗୌଡ଼, ପ।ଣୁ ପରିଡାଙ୍କସମେତ ଶତାଧିକ ସଦସ୍ୟ ଯୋଗ ଦେଇଥିଲେ ।