Spread the love

*ଅଗଷ୍ଟ 18 ରେ ହିନ୍ଦୋଳ ଠାରେ ହେବାକୁ ଥିବା ବିଜୁଳି ଆନ୍ଦୋଳନପାଇଁ ଜନ ସମ୍ପର୍କ ଯାତ୍ରା*

ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାଧପୁର ଗ୍ରାମପଞ୍ଚାୟତରେ ଆମ୍ ଆଦମୀ ପାର୍ଟି ହିନ୍ଦୋଳ ଶାଖା ତରଫରୁ ଜନ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆସନ୍ତା ଅଗଷ୍ଟ 18 ତାରିଖରେ ହିନ୍ଦୋଳ ଠାରେ ହେବାକୁ ଥିବା ଦୁଇ ଶହ ୟୁନିଟ ଦେୟ ମୁକ୍ତ ବିଜୁଳି ଆନ୍ଦୋଳନରେ ସାମିଲ ହୋଇ ନିଜ ଅଧିକାରକୁ ସାବ୍ୟସ୍ତ କରିବାପାଇଁ ଜିଲ୍ଲା ସଂଗଠନ ସଚିବ ଶ୍ରୀ ବିଧୁରଞ୍ଜନ ନାୟକ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଜନ ସାଧାରଣଙ୍କୁ ନିବେଦନ କରିଛନ୍ତି l ଉକ୍ତ ଜନ ସମ୍ପର୍କ ସଭାରେ ପଞ୍ଚାୟତର ସାଧାରଣ ଲୋକଙ୍କ ସହିତ ହିନ୍ଦୋଳ ବ୍ଲକ୍ ସଭାପତି ମନୋରଞ୍ଜନ ପାଲ, ଯୁବ କର୍ମୀ ନରୋତ୍ତମ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *