Spread the love

ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସେବା ଗ୍ରୁପ୍ ପକ୍ଷରୁ ଦିନଦରିଦ୍ରଙ୍କୁ ଛତା ବଣ୍ଟନ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ପୌରାଞ୍ଚଳରେ ଗରିବ ଲୋକଙ୍କୁ ଛତା ବଣ୍ଟନ। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲାର ବଡବିଲ ପୌରାଞ୍ଚଳ, ଏକ ଖଣିଜ ସମ୍ପଦ ଭରା ଅଞ୍ଚଳ ହୋଇଥିବା ବେଳେ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କାର ରାଜସ୍ବ ପାଇଥାନ୍ତି। କିନ୍ତୁ ଦୀପତଳ ଅନ୍ଧାର ଭଳି ଏହି ବଡବିଲ ପୌରାଞ୍ଚଳରେ କିଛି ଲୋକ ନିଜର ଜୀବନ ଜୀବିକା ପାଇଁ ସଙ୍ଘର୍ଷରତ, ସେହିଭଳି କିଛି ଲୋକଙ୍କୁ ସହାୟତାର ହାତ ବଢ଼ାଇଛି ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସେବା ଗ୍ରୁପ୍। ବିଗତ କିଛି ଦିନ ହେଲା ଏହି ଅଞ୍ଚଳରେ ଲଗାଣ ବର୍ଷା ଲାଗିରହିଥିବାରୁ କିଛି ଗରିବ ଶ୍ରେଣୀର ଲୋକଙ୍କ ପାଖରେ ଛତା ଖଣ୍ଡେ ନଥିବାରୁ ବର୍ଷାରେ ଭିଜି ନିଜ ନିଜର ଦୈନ ଦିନ କାର୍ଯ୍ୟରେ ଲାଗିଛନ୍ତି। ସେହିଭଳି ଲୋକଙ୍କୁ ବର୍ଷା ଦାଉରୁ ଟିକେ ଆଶ୍ୱସ୍ତି ଦେବାର ପ୍ରୟାସ କରିଛି ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସେବା ଗ୍ରୁପ୍। ବଡବିଲ ପୌରାଞ୍ଚଳ ୱାର୍ଡ ନମ୍ବର ୪ଠାରେ ଥିବା ସେବା ଗ୍ରୁପ୍ କାର୍ଯ୍ୟାଳୟ ଏହିଭଳି ଗରିବ ଶ୍ରେଣୀର ଲୋକଙ୍କୁ ଛତା ବଣ୍ଟନ କରାଯାଇଥିବା ଦେଖିବାକୁ ମିଳିଥିଲା। ଏଭଳି ବର୍ଷା ସମୟରେ ଲୋକେ ଛତା ଖଣ୍ଡେ ଖଣ୍ଡେ ପାଇ ବେଶ୍ ଖୁସିଥିବା ପରିଲକ୍ଷିତ ହୋଇଥିଲା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନୀଉଜ।

Leave a Reply

Your email address will not be published. Required fields are marked *