Spread the love

ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଚାଳକ ମୃତ

ଜାତୀୟ ରାଜପଥ ରେ ମୃତ୍ୟୁ ହାର କମିବ କେବେ ସାଧାରଣ ଜନତା ମନରେ ପ୍ରଶ୍ନ

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଗୋତମରା ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ। ସୂଚନା ଯେ, ତେନ୍ତୁଳିହତା ଗ୍ରାମର ଜୟନ୍ତ ନାଏକ ଗୋତମରା ଛକ ନିକଟରେ ରାଜପଥ ପାର୍ଶ୍ଵରେ ବାଇକ୍ ଠିଆ କରିଥିଲେ । ସେହି ସମୟରେ ଏକ ଅଜଣା ଗାଡି ଧକ୍କା ଦେଇ ପାଇଯାଇଥିଲା । ଧକ୍କା ଦେବାରୁ ଜୟନ୍ତ ଙ୍କର ମୁତ୍ୟୁ ଘଟିଥିଲା। ଏ ନେଇ ବଅଁରପାଳ ଥାନାରେ ଜୟନ୍ତ ଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ କୁ ଭିତି କରି ବଅଁରପାଳ ଥାନା ତଦନ୍ତ ଆରମ୍ବ କରିଥିବା ଜଣା ପଡିଛି। ପରିବାର ଲୋକଙ୍କ ସୂଚନା ମୁତାବକ ମୃତ ଦେହକୁ କେଉଁ ପ୍ରକାର ଭାବେ ଜିଲ୍ଲା ବ୍ୟବଚ୍ଛେଦ ଗୃହ ପହଞ୍ଚି ଯାଇଛି ତାହା ବି ପରିବାର ଲୋକେ ଜାଣିପାରୁନାହାନ୍ତି। ରାତି ଅଧିକ ହୋଇଯାଇଥିବାରୁ ବ୍ୟବଚ୍ଛେଦ ହୋଇପାରିନାହିଁ।

Leave a Reply

Your email address will not be published. Required fields are marked *