Spread the love

ସଂସାଦଙ୍କ ନେତୃତ୍ଵରେ ଏକ ଘଣ୍ଟିଆ ୫୫ନଂ ଜାତୀୟ ରାଜପଥ ବନ୍ଦ।

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଅଁରପାଳ କଲେଜ ଛକ ନିକଟରେ ୫୫ନଂ ଜାତୀୟ ରାଜପଥକୁ ଏକ ଘଣ୍ଟା ପାଇଁ ବନ୍ଦ କଲେ ଢେଙ୍କାନାଳ ସାଂସଦ ମହେଶ ସାହୁ। ସୂଚନା ମୁତାବକ ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ମଧ୍ୟରେ ଯାଇଥିବା ୫୩,୫୫,୧୪୯ ଓ ୨୦୦ନଂ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ଆହେତୁକ ବିଳମ୍ବ ହେତୁ ଆଜି ସକାଳ ପ୍ରାୟ ୮ ଘଟିକା ସମୟ ଠାରୁ ୯ ଘଟିକା ପର୍ଯ୍ୟନ୍ତ ପ୍ରାୟ ଏକ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ଜାତୀୟ ରାଜପଥର ଉଭୟ କଡ଼ରେ ଶହ ଶହ ସଂଖ୍ଯାରେ ଗାଡ଼ି ଅଟକି ରହିଥିବାବେଳେ ପ୍ରଚଣ୍ଡ ଖରା ପାଇଁ ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। ସଂସାଦଙ୍କ ଏହି ଏକ ଘଣ୍ଟିଆ ବନ୍ଦ ଡାକରାକୁ ସଫଳ କରିବା ପାଇଁ ବନ୍ଦା ଗ୍ରାମପଞ୍ଚାୟତର ଵନ୍ଦା ସମିତି ସଭ୍ୟ ଦୁଷ୍ମନ୍ତ ଗଡ଼ନାୟକ ନେତୃତ୍ୱରେ ନରେଶ ସାହୁ, ନୀଳମଣି ସାହୁ, ମଳୟ ଗଡ଼ନାୟକ,ସଞ୍ଜୟରାଉତ, ଚନ୍ଦନ ଦାସ, କୁମର ନାଏକ,ଅଭୟ କୁମାର ନାଏକ, ଅଜୟ ନାଏକ, ବିରେନ ନାଏକ,ଲଳିତ କୁମାର ବେହେରା, କ୍ଷୀରୋଦ ସାହୁ, ସୁବ୍ରତ ନାଏକ,ଅକ୍ଷୟ ନାଏକ, ପତି ନାଏକ ,ଶୋଭାଗ୍ୟ ସାହୁ, ଦୋଳଗୋବିନ୍ଦ ବେହେରା, ସୁଶାନ୍ତ ବିଶ୍ୱାଳ, ପାଣ୍ଡଵ ସାହୁ, ସରୋଜ ସାହୁ, ଶ୍ୟାମଘନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *