Spread the love

“ଅତାବିରା ମାଟିର ସେନା ପକ୍ଷରୁ ବନ ମହୋତ୍ସବ ଓ ନର ନାରାୟଣ ସେବା”

ବରଗଡ଼:-୦୫.୧୨.୨୦୨୫(ପବିତ୍ର ମେହେର)ବରଗଡ଼ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ନର ନାରାୟଣ ସେବା ଅନୁଷ୍ଠିତ ହୋଇଯାଇଛି। ସେ ଦୁର୍ଗମ ଅଞ୍ଚଳ ଆଉ କେଉଁଠି ନୁହଁ,ସେଇଟା ହେଉଛି ଅତାବିରା ଏନ୍.ଏ.ସି. ୱାର୍ଡନମ୍ବର ୪ .. ଯାହାକି ଝାଉଁଜୋର୍ ତୁଠରେ ଅବସ୍ଥିତ ଏକ ବସ୍ତି।ଏହି ବସ୍ତିରେ ବାପ ଅଜା ଅମଳରୁ ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି ନର ନାରାୟଣ ବୃଦ୍ଧବୃଦ୍ଧାମାନେ .ଦୀର୍ଘ ତେର ବର୍ଷ ହେବ ଏନ.ଏ. ସି. ମାନ୍ୟତା ପାଇଁ ଥିବା ବେଳେ ଏ ପଡାରେ ନର ନାରାୟଣ ରହି ଆସୁଥିବା ଅବହେଳିତ ହୋଇ ରହିଛି।ଗୋଟିଏ ପାର୍ଶ୍ୱରେ ୫୩ନଂ ଜାତୀୟ ରାଜପଥ ଥିବାବେଳେ ଅନ୍ୟ ପାର୍ଶ୍ଵରେ ଜାତୀୟ ରେଳପଥ ଅଛି।ଆଉ ମଧ୍ୟ ଅତି ନିକଟରେ ଅଛି ଅତାବିରା ରେଲୱେ ଷ୍ଟେସନ।ମାତ୍ର ଏଠିକାର ବାସିନ୍ଦା ଭୟଙ୍କର ଭାବେ ଅବହେଳିତ।ସରକାର ଙ୍କ ଦୃଷ୍ଟି ଆଢ଼ୁଆଳରେ ଜୀବନ ଦୀପ ଧୀରେ ଧୀରେ ଲିଭି ଲିଭି ଯାଉଛି।ଏଠି ମୌଳିକ ସୁବିଧାରୁ ବଞ୍ଚିତ ରହିବାରୁ ଜନ ସଂଖ୍ୟା କମିଗଲାଣି।ବର୍ତମାନ ୨୦୦ ସଭ୍ୟ ରୁ ମାତ୍ର ୧୨/୧୪ ଜଣଅଛନ୍ତି।

କେତେ ଜଣ ଅସହାୟ ହୋଇ ମାଟିରେ ମିଶିଲେଣି ତ ଆଉ କେତେ ପିଲା ତଥା ନିଜ ଆଗାମୀ ଭବିଷ୍ୟତ କୁ ନେଇ ଆପେ ବଞ୍ଚିଲେ ବାପର ନାଁ ଭଳି ସ୍ଥାନ ଛାଡି ଅନ୍ୟତ୍ର ଚାଲି ଯାଇଛନ୍ତି।ଏବେ କିନ୍ତୁ ଯାହା ଅଛନ୍ତି ଭଗବାନଙ୍କ ଭରଷାରେ।ସବୁବେଳେ ସାପ କଟିଆଁ ଓ ମୂଷା ମାନଙ୍କ ଦ୍ୱାରା ଆକ୍ରମଣ ର ଶିକାର ହେଉଛନ୍ତି।ଏଠି ମାଟିର ସେନା ପକ୍ଷରୁ ବିପ୍ଳବୀ ପରିକ୍ରମା ବଲାଙ୍ଗୀର ଜୋନ୍ ପ୍ରତିନିଧି ନବୀନ କୁମାର ଦାଶ ଙ୍କ ସଂଯୋଜନା କ୍ରମେ ବନ ମହୋତ୍ସବ ଓ ନରନାରାୟଣ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ପ୍ରହଲ୍ଲାଦ ଉର୍ମା,ମାରୱାଡ଼ି ସମାଜ ରୁ ଉମେଶ ଅଗ୍ରୱାଲ,ସତ୍ୟ ନାରାୟଣ ଅଗ୍ରୱାଲ,ସୁନିତା ଅଗ୍ରୱାଲ ଶାଢ଼ୀ,ଗାମୁଛା,ଶୀତ ବସ୍ତ୍ର,କମ୍ବଳ ଓ ରନ୍ଧାଖାଦ୍ୟ ପ୍ରଦାନ ପୂର୍ବକ ଆଜୀବନ ପାଇଁ ନର ନାରାୟଣ ଙ୍କ ସୁଖଦୁଃଖ ର ସାଥୀ ହୋଇ ତାଙ୍କ ହକ ଅଧିକାର କୁ ଛଡାଇ ଆଣିବା ପାଇଁ ମାଟିର ସେନା ସଂକଳ୍ପ ବଦ୍ଧ ରହିଛନ୍ତି।ଏଥିରେ ସାମ୍ବାଦିକ ପବିତ୍ର ମେହେର,ବୁଦ୍ଧଦେବ ଗେଜୋ,କୌଶିକ ମହାକୁର ଙ୍କ ସମେତ ସମାଜସେବୀ ସକ୍ରିୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *