Spread the love

( ଅନନ୍ତ ସଂସ୍କୃତ ମହାବିଦ୍ୟାଳୟ ର ନୂତନ ପରିଚାଳନା ପରିଷଦ ଏବଂ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ )

ଜଗତସିଂହପୁର
ତା =22/4/23
ଜଗତସିଂହପୁର ଜ଼ିଲ୍ଲା ମୁଦୁପୁର ପଞ୍ଚାୟତ କନ୍ତାର ର ସ୍ଥିତ ଅନନ୍ତ ସଂସ୍କୃତ ମହାବିଦ୍ୟାଳୟ ର ସଭା ଗୃହ ରେ ନୂତନ ପରିଚାଳନା ପରିଷଦ ଏବଂ ଉପଦେଷ୍ଟା ମଣ୍ଡଳୀ ସଭ୍ୟ, ସଭ୍ୟା ମାନଙ୍କୁ ନେଇ 2023/2024ଆର୍ଥିକ ବର୍ଷର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି |ଅନନ୍ତ ସଂସ୍କୃତ ମହାବିଦ୍ୟାଳୟ ର ଅଧକ୍ଷ୍ୟ ଡକ୍ଟର ଅଶୋକ କୁମାର ପଣ୍ଡା ଙ୍କ ଅଧକ୍ଷତାରେ ପରିଚାଳନା ପରିଷଦ ସଭାପତି ତଥା ସୁସାହିତିକ ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ ପ୍ରଦୀପ ପ୍ରଯ୍ୟଳନ କରି ଜଗନ୍ନାଥ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ବୈଠକ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ଏହା ପରେ ଉପସ୍ଥିତ ସମସ୍ତ ସଭ୍ୟ ସଭ୍ୟା ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯିବା ପରେ ମହାବିଦ୍ୟାଳୟ ର ବାର୍ଷିକ ଆୟ ବେୟ, ଉପସ୍ଥାପନା ଏବଂ ବିଭିନ୍ନ ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା | ଏହି ବୈଠକ ରେ ମହାବିଦ୍ୟାଳୟ ର ଉପଦେଷ୍ଟା ମଣ୍ଡଳୀ ସଭ୍ୟ ସମାଜସେବୀ ଲକ୍ଷ୍ମୀନାରାୟଣ ସାମନ୍ତରାୟ |ବରିଷ୍ଟ ଆଇନୀଜୀ ସୁର ପ୍ରସାଦ ବାରିକ ସାମ୍ବାଦିକ ଜ୍ୟୋତି ରଞ୍ଜନ ପରିଡା | ଦିବାକର ଜେନା | ପ୍ରଦୀପ୍ତ କୁମାର ଲେଙ୍କା | ସୁକାନ୍ତ କୁମାର ରଥ | ବସନ୍ତ କୁମାର ପ୍ରଧାନ |ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ପ୍ରମୁଖ ଯୋଗଦେଇଥିଲେ |ଶେଷରେ ଅଧ୍ୟାପକ ପ୍ରଦୀପ୍ତ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *