Spread the love

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ର ଗଡସନ୍ତ୍ରୀ ଗ୍ରାମରେ ଆଜି ସମବାୟ ସମିତି ଅଧୀନରେ ଧାନମଣ୍ଡି ପୂଜାର୍ଚ୍ଚନା ହେବା ସହ ଧାନ ଖରିଦ୍ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ପ୍ରଥମରୁ ଏଠାରେ ଧାନକିଣାକୁ ନେଇ ସମସ୍ୟା ଦେଖା ଦେଇଥିବା ବେଳେ ଚାଷୀ ନିଜ ଧାନ ବାଧ୍ୟରେ ବିକ୍ରି କରୁଥିବା ଦେଖା ଦେଇଚି। ଅନ୍ୟପଟେ କଟନି ଛଟନି ନେଇ ଚାଷୀଙ୍କ ସହ ମିଲରଙ୍କ ବିବାଦ ଲାଗି ରହିଥିବା ବେଳେ ବିଧାୟକକୁ ଗ୍ରାମ ବାସି ମାନେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ମିଳିଥିବା ଖବର ଅନୁସାରେ ଗଡସନ୍ତ୍ରୀ ଗ୍ରାମରେ ଥିବା ଚାଷୀ ମାନଙ୍କର ଧାନ କିଣା ପାଇଁ ପ୍ରସ୍ତୁତି ଆଜି ଆରମ୍ଭ ହୋଇଛି। ପ୍ରଥମ ଦିନରେ ପ୍ରାୟ ୩୦ ଜଣ ଚାଷୀ ନିଜର ଟୋକନ ମୁତାବକ ଧାନ ନେଇ ମଣ୍ଡିକୁ ଆସିଥିଲେ। ସମବାୟ ସମିତିର ସଭାପତି ବସନ୍ତ କୁମାର ମାଝୀ ଓ ସମ୍ପାଦକ ଅଭିଜିତ ମାଝିଙ୍କ ଉପସ୍ଥିତିରେ ଦୁର୍ଯ୍ୟଧନ ମାଝୀଙ୍କ ଦ୍ଵାରା ମଣ୍ଡି ଉଦ୍ଘାଟନ ହୋଇ ଧାନକିଣା ଆରମ୍ଭ ହୋଇଥିଲା। ମିଲର ପକ୍ଷରୁ ଧାନ କିଣିବାକୁ ଆସିଥିବା କର୍ମଚାରୀ ଗୁଣବତ୍ତା (ଏଫଏକ୍ୟୁ) ଯାଞ୍ଚ କରିବା ପାଇଁ ଅଡ଼ି ବସିଥିଲେ। କିଛି ଚାଷୀଙ୍କ ଧାନର ଗୁଣବତ୍ତା ପରୀକ୍ଷା କରାଯାଇଥିଲା। ଗୁଣବତ୍ତା ଭଲ ଥିବା ସତ୍ତ୍ୱେ କୁଇଣ୍ଟାଲ ପ୍ରତି ତିନିକେଜି ଧାନ କଟା ଯାଇଥିଲା। ଯାହା ଫଳରେ ଚାଷୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଭୋର ସକାଳୁ ଦିନ ୧ଟା ପର୍ଯ୍ୟନ୍ତ ବାଦବିବାଦ ରହିଥିବା ବେଳେ ଚାଷୀ ମାନେ ଅସନ୍ତୋଷରେ ଧାନ ବିକ୍ରି କରିଥିବା ସୂଚନା ମିଳିଛି। ଚାଷୀ ମାନେ କହିବା ଅନୁଯାୟୀ ବର୍ଷ ତମାମ ହାତୀ ଉପଦ୍ରବ ଯୋଗୁଁ ଚାଷୀ କ୍ଷତିରେ ଥିବା ବେଳେ ବର୍ଷାରେ ଚାଷୀଙ୍କର ଧାନ ଫସଲ ନଷ୍ଟ ହୋଇଛି। ପୁଣି ଏଠି ଧାନ କଟା ହେଉଥିବାରୁ ଚାଷୀ କ୍ଷତିରେ ରହୁଛି ବୋଲି କହିଛନ୍ତି। ଦାଶରଥି ପାଇକ,ସନ୍ଦୀପ ମାଝୀ,ପ୍ରଦୀପ ମାଝୀ,ବିଦ୍ୟାଧର ମାଝୀ
ସୁଶିଲ ବାରିକ ,ପ୍ଲାଣ୍ଟୁ ଗଡ଼ନାୟକ,
ସୁନୀଲ ମାଝୀ ,ଶିବପ୍ରସାଦ ମାଝୀ
ପ୍ରଦୀପ ସାମଲ ପ୍ରମୁଖ ଚାଷୀ ମାନେ ଉପସ୍ଥିତ ଥିଲେ। ଏଥିରେ କ୍ୱାଲିଟି କଣ୍ଟ୍ରୋଲ୍ ସୋନାଲି ପରିଡା ଏବଂ
ମଧୁସ୍ମିତା ବିଶୋଇ ଉପସ୍ଥିତ ଥିବା ବେଳେ ତୁଳସୀ ରାଇସ ମିଲ ଧାନ କିଣିଥିଲା।

Leave a Reply

Your email address will not be published. Required fields are marked *