Spread the love

ଅନୁଗୋଳରେ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଅନୁଗୋଳ, ୨୮.୦୯ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ), ଭୁବନେଶ୍ୱର ପକ୍ଷରୁ ଅନୁଗୋଳଠାରେ ଆଜି ପୂର୍ବାହ୍ନରେ ଏକ କ୍ଷେତ୍ରସ୍ତରୀୟ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆରବିଆଇ ମହାପ୍ରବନ୍ଧକ ଶ୍ରୀ ଶୁଭ୍ରାଂଶୁ କୁମାର ରାଉତ, ଆଇସିଆଇସିଆଇ ବ୍ଯାଙ୍କ ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ ଶଙ୍କର ପ୍ରସାଦ , ନାବାର୍ଡ ଡିଡିଏମ ଶ୍ରୀ ଆଶୁତୋଷ ରାୟ , ଅନୁଗୋଳ ଏଲଡିଏମ ଶ୍ରୀ ଚୌଧୁରୀ ଦୀପକ ମିଶ୍ର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଶ୍ରୀ ରାଉତ ମୁଖ୍ୟ ବକ୍ତବ୍ୟ ପ୍ରଦାନ କରି ଆର୍ଥିକ ସାକ୍ଷରତାର ଆବଶ୍ୟକତା ଉପରେ ଗୁରୁତ୍ଵାରୋପ କରିବା ସହିତ ବ୍ଯାଙ୍କ ଜମା ଖାତାରେ ପୁନଃ କେୱାଇସି, ନୋମିନେସନ ଦାବିହୀନ ଜମା ରାଶି ଉପରେ ଆଲୋକପାତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ, ଉଦ୍ୟୋଗୀ ଓ ବରିଷ୍ଠ ନାଗରିକପ୍ରମୁଖ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ବ୍ୟାଙ୍କର ଅଧିକାରୀମାନେ ବେସିକ ସେଭିଂସ ବ୍ଯାଙ୍କ ଡିପୋଜିଟ ଖାତା (ଜିରୋ ବ୍ଯାଲାନ୍ସ ଖାତା) , ଜମା ଖାତାରେ କେୱାଇସି ଏବଂ ନୋମିନେସନର ଆବଶ୍ୟକତା, ଗ୍ରାହକ ସେବା କେନ୍ଦ୍ରରେ ମିଳୁଥିବା ବ୍ୟାଙ୍କିଙ୍ଗ ସୁବିଧା ଆଦି ବିଷୟ ଉପରେ ଗୁରୁତ୍ଵାରୋପ କରି ନିଜ ଅଧିବେଶନ ରଖିଥିଲେ । ଏହା ସହ ଅଧିକାରୀ ମାନେ ବିଭିନ୍ନ ବର୍ଗର ଗ୍ରାହକ ମାନଙ୍କ ପାଇଁ ବ୍ଯାଙ୍କ ଦ୍ଵାରା ପ୍ରଦାନ କରା ଯାଉଥିବା ବ୍ୟାଙ୍କିଙ୍ଗ ସୁବିଧା ଉପରେ ଆଲୋକପାତ କରିବା ସହ ଜନ ସାଧାରଣଙ୍କୁ ନକଲି ନୋଟ୍ ଚିହ୍ନଟ, ବ୍ୟାଙ୍କ ଦ୍ୱାରା ନୋଟ୍ ବିନିମୟ ସୁବିଧା ସମ୍ପର୍କରେ ମଧ୍ୟ ଅବଗତ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ସାଇବର ଠକେଇ ସମ୍ପର୍କରେ ଆଲୋଚନା କରା ଯିବା ସହ ଆରବିଆଇର ଅଭିଯୋଗ ଦାଖଲ ପ୍ରକ୍ରିୟା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯାଇଥିଲା।

Leave a Reply

Your email address will not be published. Required fields are marked *