Spread the love

ରାଜ୍ୟରେ ଉଠିଲା ବୃତ୍ତି କର: “ବୃତ୍ତି, ବ୍ୟବସାୟ, ଆଜୀବିକା ଏବଂ ନିୟୋଜନ କର ଅଧିନିୟମ-୨୦୦୦” ପ୍ରତ୍ୟାହାର କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ବ୍ୟବସାୟିକ ଅନୁକୂଳ ପରିବେଶ ସୃଷ୍ଟି ତଥା ‘Ease of Doing Business’ କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଦୀର୍ଘ ବର୍ଷ ଧରି ଲାଗୁ ରହିଥିବା “ଓଡ଼ିଶା ବୃତ୍ତି, ବ୍ୟବସାୟ, ଆଜୀବିକା ଏବଂ ନିୟୋଜନ କର ଅଧିନିୟମ, ୨୦୦୦” କୁ ନିରସିତ (ରଦ୍ଦ) କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ରାଜସ୍ୱ ଅଭିବୃଦ୍ଧି ପାଇଁ ୨୦୦୦ ମସିହାରେ ଏହି ଆଇନ ପ୍ରଣୟନ କରାଯାଇଥିଲା, ଯେଉଁଥିରେ ସର୍ବାଧିକ ବାର୍ଷିକ ୨,୫୦୦ ଟଙ୍କା ପର୍ଯ୍ୟନ୍ତ ବୃତ୍ତି କର ଧାର୍ଯ୍ୟ ହୋଇଥିଲା। ଫଳରେ ଡାକ୍ତର, ପରାମର୍ଶଦାତା, ଏଜେଣ୍ଟ, ଦରମାପ୍ରାପ୍ତ କର୍ମଚାରୀ ତଥା ଲାଭ କରୁନଥିବା କ୍ଷୁଦ୍ର ପ୍ରତିଷ୍ଠାନଗୁଡ଼ିକ ମଧ୍ୟ ଏହି କର ଦେବାକୁ ବାଧ୍ୟ ହେଉଥିଲେ।

ସରକାରୀ ହିସାବ ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷରେ ଏହି ବାବଦକୁ ମାତ୍ର ୩୧୨.୯୨ କୋଟି ଟଙ୍କା ଆଦାୟ ହୋଇଥିଲା, ଯାହା ରାଜ୍ୟର ମୋଟ ନିଜସ୍ୱ ଟିକସ ରାଜସ୍ୱର ମାତ୍ର ୦.୪୨ ପ୍ରତିଶତ। ଏହି ନଗଣ୍ୟ ରାଜସ୍ୱ ତୁଳନାରେ ଏହାର ହିସାବ ଓ ଆଦାୟ ପାଇଁ ପ୍ରଶାସନିକ ଖର୍ଚ୍ଚ ଯଥେଷ୍ଟ ଅଧିକ ହେଉଥିଲା। ଏହାବ୍ୟତୀତ ଏମ୍‌ଏସ୍‌ଏମ୍‌ଇ (MSME) ଓ ଷ୍ଟାର୍ଟଅପ୍ ଗୁଡ଼ିକ ଅନାବଶ୍ୟକ ଆଇନଗତ ସମସ୍ୟାର ସମ୍ମୁଖୀନ ହେଉଥିବାରୁ, ସରକାର ଏହି ଐତିହାସିକ ନିଷ୍ପତ୍ତି ନେଇ ବୃତ୍ତି କରକୁ ସମ୍ପୂର୍ଣ୍ଣ ଉଠାଇ ଦେଇଛନ୍ତି।

#OdishaGovt #EaseOfDoingBusiness #ProfessionalTax #MSME #OdishaNews #BusinessUpdate

Leave a Reply

Your email address will not be published. Required fields are marked *