Spread the love

ଅନୁଗୋଳ – ମଙ୍ଗଳବାର ଏକ ଶିକାରୀ ଫାଶରେ ପଡି ଗୋଟିଏ କଲରାପତରିଆ ବାଘ ଚିତ୍କାର କରି ଥିବା ବେଳେ ଗାଁ ଲୋକେ ଭୟଭୀତ ଅବସ୍ଥାରେ ରହିଥିଲେ। ଅନୁଗୋଳ ବନଖଣ୍ଡ କରତପଟା ସେକ୍ସନ ଡ଼ିମିରିପାଳ ଗାଁ ନିକଟରେ ଏକ କଲରାପତରିଆ ବାଘ ଯନ୍ତାରେ ପଡିଯାଇଥିଲା। ଜନ୍ତୁ ଶିକାର ପାଇଁ ଗାଁରେ ଏହି ଫାଶ ବସାଯାଇଥିଲା । ତେବେ ପରେ ବାଘଟିକୁ ସୁରକ୍ଷିତ ଉଦ୍ଧାର କରି କୁଲାସିଂହା ନର୍ସରୀରେ ରଖାଯାଇଥିଲା।

Leave a Reply

Your email address will not be published. Required fields are marked *