Spread the love

*ଡ୍ରପ୍ ଆଉଟ୍ ରୋକିବା ନିମନ୍ତେ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ଶିକ୍ଷା ସଭା ଅନୁଷ୍ଠିତ*

ବରଗଡ଼::୦୯/୧୨:(ପବିତ୍ର ମେହେର)::ଅଧାରୁ ପାଠ ପଢା ଛାଡ଼ିଥିବା ଏବଂ ବିଦ୍ୟାଳୟରେ ଆଦୌ ନାମ ଲେଖାଇ ନ ଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ ଧାରାରେ ସାମିଲ କରିବା ପାଇଁ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଭୁକ୍ତାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷାସଭା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସି ଆର ସି ସି କେଦାର ନାଏକଙ୍କ ଆହ୍ବାନ କ୍ରମେ ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିକ୍ଷାସଭାରେ ମୁଖ୍ୟ ବକ୍ତା ଭାବରେ ମାଷ୍ଟର ଟ୍ରେନର ସଞ୍ଜୟ ଖମାରୀ,ସମ୍ମାନିତ ଅତିଥି ଭାବରେ ପଞ୍ଚାୟତ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ସାହୁ,ଶିକ୍ଷକ ଈଶ୍ୱର ପଧାନ ମଞ୍ଚାସୀନ ଥିଲେ।ଶିକ୍ଷକ ଶ୍ରୀପତି ସାହୁ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ସି ଆର ସି ସି କେଦାର ନାଏକ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ପ୍ରଶିକ୍ଷକ ସଞ୍ଜୟ ଖମାରୀ ବିଦ୍ୟାଳୟମାନଙ୍କରେ ଉପସ୍ଥାପନ ଅବଧାରଣ ବୃଦ୍ଧି ,ପାଠ ତ୍ୟାଗୀ (Drop Out)ର କାରଣ ଓ ନିରାକରଣ ସମ୍ବନ୍ଧରେ ଆଲୋଚନା କରିଥିଲେ।ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଅଧାରୁ ସ୍କୁଲ ପରିତ୍ୟାଗ କରିଥିବା ପିଲାଙ୍କୁ ଶିକ୍ଷାର ମୁଖ୍ୟ ଧାରାକୁ ଫେରାଇ ଆଣିବା, ତାଙ୍କୁ ବୟସ‑ଅନୁରୂପ କ୍ଲାସରେ ନାମାଙ୍କିତ କରିବା ଏବଂ ଛାତ୍ରମାନେ ଡ୍ରପ‑ଆଉଟ ନ କରି ଶିକ୍ଷା ଜାରି ରଖିବା। ଏତଦବ୍ୟତୀତ ବୈଠକରେ ପିଲାଙ୍କ ଶିକ୍ଷାରେ ବାଧା ସୃଷ୍ଟି କରିପାରୁଥିବା ଚ୍ୟାଲେଞ୍ଜଗୁଡ଼ିକର ସମ୍ମୁଖିନ ହେବା ପାଇଁ ପ୍ରତିରୋଧକ ଉପାୟ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।”ଆସ ସ୍କୁଲ ଯିବା ଅଭିଯାନ”ରେ ସମସ୍ତେ ସାମିଲ ହେଲେ ଦେଶର ପ୍ରଗତି ସମ୍ଭବ ହୋଇପାରିବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅଧାରୁ ପାଠ ତ୍ୟାଗ କରିଥିବା ଛାତ୍ରଛାତ୍ରୀ, ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଉପସ୍ଥିତ ଥିଲେ।

ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଉପସ୍ଥିତ ଅତିଥିବୃନ୍ଦ ବିଦ୍ୟାଳୟରେ ଆଦୌ ନାମ ଲେଖାଇ ନ ଥିବା ତଥା ଅଧାରୁ ପାଠ ଛାଡିଥିବା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ “ଆସ ଆମେ ସ୍କୁଲ ଯିବା ,ମିଳିମିଶି ଆମେ ପାଠ ପଢିବା ” ,”ସ୍କୁଲ ଯିବା ପାଠ ପଢିବା ପାଇଁ, କେହି ଅପାଠୁଆ ରହିବେ ନାହିଁ “ଆଦି ସ୍ଲୋଗାନ ମାଧ୍ୟମରେ ଜନ ସାଧାରଣଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ। ଏହି ଅଭିଯାନରେ ଶିକ୍ଷକ ବଶିଷ୍ଠ ସାହୁ,ଗୌରାଙ୍ଗ ସେଟ୍,ପ୍ରେମଜିତ ସୁନା,ଭୈରବନାଥ ପଟେଲ,ପୀତାମ୍ବର ବିଶ୍ଵାଳ,ରଞ୍ଜନ ଭୁଏ,ଆକୁଳ ବାଗ,ଚୌଧୁରୀ ପାତ୍ର ଓ ରୁଦ୍ରମଣି ପ୍ରଧାନଙ୍କ ସମେତ ଭୁକ୍ତା କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ “ଆସ ସ୍କୁଲ ଯିବା ଅଭିଯାନ” ଉପଲକ୍ଷେ ଆୟୋଜିତ ଶିକ୍ଷା ସଭାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।ଶେଷରେ ଶିକ୍ଷୟିତ୍ରୀ ରୋଜାଲିନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *