Spread the love

ଅନୁଗୋଳରେ ସିନିଅର ରାଜ୍ୟ ରାଙ୍କିଙ୍ଗ ବ୍ୟାଡମିଣ୍ଟନ୍ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ଅନୁଗୋଳ ୦୭.୦୮: ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ୍ ଆସୋସିଏସନ୍, ଜିଲ୍ଲା ୟୁନାଇଟେଡ୍ ବ୍ୟାଡମିଣ୍ଟନ୍ ଆସୋସିଏସନ୍ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଇଣ୍ଡୋର ହଲ୍‌ଠାରେ ୩ ଦିନିଆ ସିନିଅର ରାଜ୍ୟ ରାଙ୍କିଙ୍ଗ ବ୍ୟାଡମିଣ୍ଟନ୍ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ଅନୁଗୋଳ ୟୁନାଇଟେଡ୍ ବ୍ୟାଡମିଣ୍ଟନ୍ ଆସୋସିଏସନ୍ ସଂଘର ସଭାପତି ଶ୍ରୀ ଶିବ ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ମାନ୍ୟବର ପାଳଲହଡ଼ା ବିଧାୟକ ଶ୍ରୀ ଅଶୋକ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। “କ୍ରୀଡ଼ା ହିଁ ଯୁବପିଢ଼ିଙ୍କ ଚରିତ୍ର ଓ ସ୍ୱାସ୍ଥ୍ୟ ଗଠନର ମୁଖ୍ୟ ସହାୟକ” ବୋଲି ସେ ପ୍ରକାଶ କରିବା ସହ ଖେଳାଳିଙ୍କୁ ଶୃଙ୍ଖଳାର ସହ ଖେଳିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସିଠ, ମ୍ୟାଚ୍ ରେଫରି ଶ୍ରୀ ବିଜୟ କୁମାର ବାଗ, ଟୁର୍ଣ୍ଣାମେଣ୍ଟ ଡାଇରେକ୍ଟର ଶ୍ରୀ ଅଜିତ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା, କ୍ରୀଡ଼ାପ୍ରେମୀ ଉପସ୍ଥିତ ଥିଲେ। ଶେଷରେ ସମ୍ପାଦକ ଶ୍ରୀ ସୁଧୀର କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପୁରୁଷ ଓ ମହିଳା ଉଭୟ ବିଭାଗର ସିଙ୍ଗଲ୍ସ, ଡବଲସ ଓ ମିକ୍ସଡ୍ ଡବଲସ ବର୍ଗରେ ଏହି ପ୍ରତିଯୋଗିତା ଖେଳାଯାଉଛି।

Leave a Reply

Your email address will not be published. Required fields are marked *