Spread the love

ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ରାହୁଳ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାର ଏକ ବର୍ଷ ପୂର୍ତ୍ତି ପାଳିତ

ଅନୁଗୋଳ ୭।୯ ଆଜି ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଜନନାୟକ ରାହୁଳ ଗାନ୍ଧୀଙ୍କର ଐତିହାସିକ ଭାରତ ଯୋଡ ଯାତ୍ରାର ଏକ ବର୍ଷ ପୂର୍ତ୍ତି ପାଳନ ଜିଲ୍ଲା କଂଗ୍ରେସ ସଭାପତି ସଂଗ୍ରାମ ମିଶ୍ରଙ୍କ ନେତୃତ୍ୱରେ ପାଳିତ ହୋଇଯାଇଛି। ଆଜି ସନ୍ଧ୍ୟାରେ ଜିଲ୍ଲା କଂଗ୍ରେସ ନେତୃବୃନ୍ଦ ହିଁସା ଛାଡ, ଘୃଣା ଛାଡ, ଭାରତ ଯୋଡର ନାରା ଦେଇ ସ୍ଥାନୀୟ କଂଗ୍ରେସ ଭବନଠାରୁ ଏକ ଶୋଭାଯାତ୍ରାରେ ବାହାରି ଗାନ୍ଧୀ ଉଦ୍ୟାନଠାରେ ପହଞ୍ଚି ଥିଲେ। ବାଟରେ ପଥଚାରୀମାନଙ୍କୁ ଗୋଲାପ ଫୁଲ ବଣ୍ଟନ କରାଯାଇଥିଲା। ଗାନ୍ଧୀ ଉଦ୍ୟାନଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ କଂଗ୍ରେସ ନେତୃବୃନ୍ଦ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ଜିଲ୍ଲା ସଭାପତି ଶ୍ରୀ ମିଶ୍ର ଉପସ୍ଥିତ ଜନସାଧାରଣଙ୍କୁ ରାହୁଳ ଗାନ୍ଧୀଙ୍କ ଐତିହାସିକ ଭାରତ ଯୋଡ ଯାତ୍ରା ଆମକୁ ଦୁର୍ନୀତି, ଭ୍ରଷ୍ଟାଚାର, ହିଂସା ଓ ଘୃଣା ବିରୁଦ୍ଧରେ ସଂଗ୍ରାମ କରିବାକୁ ପ୍ରେରଣା ଦେଇଛି ବୋଲି ପ୍ରକାଶ କରିଥିଲେ। ଭାରତ ଯୋଡ ଯାତ୍ରାରେ ଦେଶର ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ବ୍ୟବସ୍ଥାର ସୁଧାର ପାଇଁ ଅଭିପ୍ରେତ। କେନ୍ଦ୍ରର ମୋଦୀ ସରକାର ଗଣତନ୍ତ୍ରର ହତ୍ୟା, ସାମ୍ବିଧାନିକ ଅନୁଷ୍ଠାନକୁ ଦୁର୍ବଳ କରିବା ସହ ବିରୋଧୀଙ୍କ କଣ୍ଠରୋଧ ପାଇଁ ଯେଉଁ ଚକ୍ରାନ୍ତ ଜାରି ରଖିଛନ୍ତି, ତାହାକୁ ପରାହତ କରିବା ପାଇଁ ଭାରତ ଯୋଗ ଯାତ୍ରା ଉଦ୍ଦିଷ୍ଟ ଥିଲା ବୋଲି ଶ୍ରୀ ମିଶ୍ର ବର୍ଣ୍ଣନା କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ତଥା ଅନୁଗୋଳ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରକାଶ ମିଶ୍ର ଯୋଗଦେଇ ରାହୁଳ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ମୋଦୀ ସରକାରଙ୍କ କୁଶାସନ ବିରୁଦ୍ଧରେ ଭାରତୀୟଙ୍କ ମନରେ ବିପ୍ଳବର ବହ୍ନି ସଂଯୋଗ କରିଛି। ଓଡ଼ିଶାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ରାହୁଳ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାକୁ ଆଗେଇ ନେଇ ରାଜ୍ୟର ପ୍ରାୟ ୨୦୦୦କିଲୋମିଟର ପଦଯାତ୍ରା କରି ୨୫ଟି ଜିଲ୍ଲାରେ ଭାରତ ଯୋଡ କାର୍ଯ୍ୟକ୍ରମ କରିଥିଲେ ବୋଲି ପ୍ରକାଶ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମ୍ବିକା ପ୍ରସାଦ ଭଟ୍ଟ, ପିସିସି ସଂପାଦକ ଟିକନ ବେହେରା, ନିଲକମଲ ସେଠି, ପିସିସି ସଭ୍ୟ ଜୟନ୍ତ ସାହୁ, ଦୁଷ୍ମନ୍ତ ଦଳବେହେରା, ରାଜ୍ୟ ସମବାୟ ବ୍ୟାଙ୍କ ଡାଇରେକ୍ଟର ଚିତ୍ତ ରଞ୍ଜନ ନାଏକ, ଓବିସି ସେଲ ଅଧ୍ୟକ୍ଷ ପ୍ରବୋଧ ସ୍ବାଇଁ, ମିଡ଼ିଆ ସେଲର ଗୋପାଳ ନାଥ, କୃଷକ ସେଲ ଅଧ୍ୟକ୍ଷ ଦାଶରଥି ସାହୁ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ତପସ୍ବିନୀ ବିଶ୍ବାଳ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଲୁଲୁ ପାଣିଗ୍ରାହୀ, ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ସାହୁ, ଟାଉନ ମହିଳା କଂଗ୍ରେସ ସଭାନେତ୍ରୀ କସିଦା ଖାନ, ବଲବୀର ସିଂହ, ସହଦେବ ବେହେରା, ଜିଲ୍ଲା ଶ୍ରମିକ କଂଗ୍ରେସ ସଭାପତି ଦିଗାମ୍ବର ଗଡନାୟକ, ପ୍ରଫୁଲ୍ଲ ଦାସ, ବିମଳ ବେହେରା, ଅଳକା ମହାନ୍ତି, ସ୍ଵାଗତିକା ସାହୁ, ଅକ୍ଷୟ ବିଶ୍ବାଳ, ରମେଶ ପ୍ରଧାନ,ସୁଶାନ୍ତ ସାମଲ, ବୀରବର ସାହୁ, ହାଡିବନ୍ଧୁ ବିଶ୍ବାଳ, କୁମୁଦ ବନ୍ଧୁ ଧର, ତ୍ରିନାଥ ସାହୁ, ଦୁର୍ଗା ସତପଥି, ବିଚ୍ଛେନ୍ଦ୍ର ସାମଲ, ସୌମେନ୍ଦ୍ର ଦେହୁରୀ, ଅମୀୟ ମିଶ୍ର, ଶିଶିର ପାଳ, ସଂଗ୍ରାମ ବେହେରା, ଅଭିଷେକ ନାୟକ, ମାନସ ବିଶ୍ବାଳ, ସୌମ୍ୟରଞ୍ଜନ ବେହେରା, ସାନ୍ତନୁ ବେହେରା ପ୍ରମୁଖ ବହୁ ଛାତ୍ର, ଯୁବ, ମହିଳା କଂଗ୍ରେସ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Leave a Reply

Your email address will not be published. Required fields are marked *