Spread the love

ଅନୁଗୋଳ ଜିଲ୍ଲା କଂଗ୍ରେସ ସ୍ତରରେ ପରିବର୍ତ୍ତନ

ନୂତନ ଜିଲ୍ଲା ସଭାପତି ଦାୟିତ୍ୱ ନେବେ ସଂଗ୍ରାମ ମିଶ୍ର

ଅନୁଗୋଳ – ମଙ୍ଗ ସମ୍ଭାଳିବେ ନୂଆ ମଙ୍ଗୁଆଳ। ରାଜ୍ୟ କଂଗ୍ରେସ ପକ୍ଷରୁ ଏହି ପରିବର୍ତ୍ତନ ହୋଇଛି। ପୂର୍ବରୁ ଜିଲ୍ଲା କଂଗ୍ରେସ ସଭାପତି ଥିବା ଶ୍ରୀ ବିପ୍ଳବ ଜେନାଙ୍କୁ ସଭାପତି ପଦରୁ ପରିବର୍ତ୍ତନ କରାଯାଇ ଜଣେ ଆଗ ଧାଡ଼ିର ନେତାଙ୍କୁ ଏହି ଦାୟିତ୍ବ ଦିଆଯାଇଥିବା କଂଗ୍ରେସ ପ୍ରେସ ବିଜ୍ଞପ୍ତି ରେ ପ୍ରକାଶ ପାଇଛି। ସେ ହେଲେ ସଂଗ୍ରାମ କେଶରୀ ମିଶ୍ର। ଶ୍ରୀ ମିଶ୍ର ଅନୁଗୋଳ ଜିଲ୍ଲାର ପୂର୍ବରୁ ବହୁ କଂଗ୍ରେସ ପଦ ପଦବୀରେ ଦାୟିତ୍ବ ତୁଲାଇଥିବା ବେଳେ କଂଗ୍ରେସ ପକ୍ଷରୁ ପୁଣି ଥରେ ନିଜର ଦକ୍ଷତା ପ୍ରତିପାଦନ ପାଇଁ ସୁଯୋଗ ଦିଆଯାଇଛି। ୨୦୨୪ ବିଧାନସଭା ନିର୍ବାଚନ କୁ ଆଖି ଆଗରେ ରଖି ଜଣେ ପୁରୁଖା ନେତାଙ୍କୁ ଦାୟିତ୍ବ ଦିଆଯାଇଛି ବୋଲି କଂଗ୍ରେସ ମହଲରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *