Spread the love

( ଅନୁପମା ପରିବାରକୁ ସହାୟତାର ହାତ ବଢ଼ାଇଲା ଆଶ୍ରିବାଦ ସେବା ସଂଗଠନ )
ଜଗତସିଂହପୁର
ତା =12/1/23

ଜଗତସିଂହପୁର ଜ଼ିଲ୍ଲା ନାଉଗାଁ ବ୍ଲକ ସୁଧୁକଣ୍ଟି ଗ୍ରାମର ଅସହାୟ, ନିଃସହାୟ, ଭିନ୍ନକ୍ଷମ, ବିଧବା ଅନୁପମା ମହାନ୍ତି | ଏକ ବର୍ଷ ହେବ ରୋଜଗାରିଆ ସ୍ୱାମୀ ଙ୍କୁ ହରାଇ ଆର୍ଥିକ ଅନାଟନ ମଧ୍ୟ୍ୟ ରେ ପରିବାର ଭରଣପୋଷଣ କରୁଛନ୍ତି | ଅନୁପମା ର ଏକମାତ୍ର ଝିଅ ରଶ୍ମୀରେଖା ମହାନ୍ତି।
ଅର୍ଥ ଅଭାବରୁ ଝିଅ ରଶ୍ମୀରେଖା ଛୋଟ ଛୋଟ ପିଲାଙ୍କୁ ଗାଁ ରେ ଟିୟୁସନ କରି ଯାହା ଟଙ୍କା ରୋଜଗାର କରୁଛନ୍ତି ସେଥିରେ ପରିବାର ଭରଣ ପୋଷଣ କରୁଛନ୍ତି । ଝିଅ ରଶ୍ମୀରେଖା ସୁଧୁକଣ୍ଟି ସ୍ଥିତ କମଳ ଲୋଚନ ସରକାରୀ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀ ରେ ପାଠପଢୁଛି । ରଶ୍ମିରେଖା ଜଣେ ମେଧାବୀ ଛାତ୍ରୀ ଟିଉସନ କରି ପରିବାର ଭରଣ ପୋଷଣ କରୁଛି |କିନ୍ତୁ ଅର୍ଥ ଅଭାବରୁ ଆଗକୁ ପାଠ ପଢ଼ିବା ସମ୍ଭବ ହେଉନଥିବା ବେଳେ ତାଙ୍କର ଏହି ଦୁଃଖଦ ସମୟରେ ଜଗତସିଂହପୁର ଆଶିର୍ବାଦ ସେବା ସଂଗଠନର ସଭାପତି ଜଗନ୍ନାଥ ବେହେରାଙ୍କ ସମେତ ଅନ୍ୟାନ କର୍ମକର୍ତ୍ତା ଅନୁପମା ପରିବାର କୁ ପ୍ରତ୍ୟେକ ମାସରେ ଚଳିବା ପାଇଁ ସମସ୍ତ ପ୍ରକାର ଆର୍ଥିକ ଅନୁଦାନ ଯୋଗାଇ ଦେବା ସହିତ ରଶ୍ମୀରେଖା ଙ୍କ ପାଠ ପଢ଼ିବା ପାଇଁ ସବୁପ୍ରକାର ସାହାଯ୍ୟ ସହଯୋଗ କରିବା ପାଇଁ ସଂଗଠନ ର ଉପଦେଷ୍ଟା ହିମାଂଶୁ ଶେଖର ଆଚାର୍ଯ୍ୟ, ଶ୍ରୁତକିର୍ତ୍ତୀ ମିଶ୍ର, କୁନିଲତା ଦାସ, ଦୈତାରୀ ଭୋଇ ପ୍ରଦିପ ଦାସ ଜଗନ୍ନାଥ ତ୍ରିପାଠୀ ପ୍ରତିଶୃତି ଦେଇଛନ୍ତି।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *