Spread the love

ଅପରାଧିକ କାର୍ଯ୍ୟକଳାପ ରୋକିବାକୁ ଆକ୍ସନ ମୋଡରେ ବଡ଼ବିଲ ପୋଲିସ୍।

ବଡ଼ବିଲ:(ସରୋଜ କୁମାର ମହାପାତ୍ର)କେନ୍ଦୁଝର ଜିଲ୍ଲା ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ଅପରାଧିକ କାର୍ଯ୍ୟକଳାପ ରୋକିବାକୁ ବଡ଼ବିଲ ପୋଲିସ୍ ର ପ୍ରୟାସ। ଏହି ପରିପ୍ରେକ୍ଷୀରେ ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ଯୋଡ଼ା ମୁଖ୍ୟ ରାସ୍ତା କିରିବୁରୁ ଛକ ନିକଟରେ ଆଜି ବଡ଼ବିଲ ପୋଲିସଦ୍ଵାରା ଦୁଇ ଚକିଆ ଓ ଚାରି ଚକିଆ ଯାନବାହନ ଗୁଡିକୁ କଡାକଡି ଭାବେ ଯାଞ୍ଚ କରାଯାଉ ଥିବା ଦେଖିବାକୁ ମିଳିଥିଲା। ସୂଚନା ଅନୁଯାୟୀ ବଡ଼ବିଲ ସହରର ବିଭିନ୍ନ ସ୍ଥାନରେ ଚୋରି ଏବଂ ଡକାୟତି ପରି ଘଟଣା ମାନ ବାରମ୍ବାର ଘଟୁ ଥିବାରୁ ବଡ଼ବିଲ ପୋଲିସ ଆକ୍ସନ ମୋଡରେ ଆସି ଚୋରି ଏବଂ ଡକାୟତି ପରି ଘଟଣା ଗୁଡିକୁ ରୋକିବା ପାଇଁ ପ୍ରତିଦିନ ବିଭିନ୍ନ ସ୍ଥାନରେ ଓ ବିଭିନ୍ନ ଛକ ମାନଙ୍କରେ କଡାକଡି ଭାବେ ଦୁଇ ଚକିଆ ଓ ଚାରି ଚକିଆ ଯାନବାହନ ଗୁଡିକୁ ଯାଞ୍ଚ କରାଯାଉଛି । କଡାକଡି ଯାଞ୍ଚ ହେବା ଦ୍ଵାରା ଏହିପରି ଅପରାଧିକ କାର୍ଯ୍ୟକଳାପ ଘଟଣା ଗୁଡ଼ିକୁ ଆଗକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ବଡ଼ବିଲ ପୋଲିସ ପକ୍ଷରୁ ସୂଚନା । ବଡ଼ବିଲ ପୋଲିସ୍ ର ଏପରି କାର୍ଯ୍ୟାନୁଷ୍ଠାନ କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି ।

Leave a Reply

Your email address will not be published. Required fields are marked *