Spread the love

ଅପର୍ତିପୁର ଗ୍ରାମରେ ସରକାରଙ୍କ ତରଫରୁ ହୋଇଥିବା ଡୋଷ୍ଟ୍ ବିନ୍ ରିଙ୍ଗ ରେ ପଡି ଷଣ୍ଢ ମୃତ

ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଅଁରପାଳ ଗ୍ରାମ ପଞ୍ଚାୟତର ଅପର୍ତ୍ତିପୁର ଗ୍ରାମରେ ଆଜି ଏକ ବୁଲା ଷଣ୍ଢ ମୃତ୍ୟୁ ବରଣ କରିଛି। ସୂଚନା ମୁତାବକ ସରକାରଙ୍କ ପକ୍ଷରୁ ଗ୍ରାମ ଗ୍ରାମରେ ମାଗଣାରେ ଡଷ୍ଟ ବିନ ତିଆରି କରିଛନ୍ତି। ଏହି ଡଷ୍ଟ ବିନ ଗୁଡିକୁ ବ୍ୟବହାର କରି ପରିବେଶ ସଫା ରଖିବାକୁ ଲୋକମାନେ ଏଥିରେ ଅଳିଆ ଆବର୍ଜ୍ଜନା ପକାଇ ପରିବେଶ ସଫା ରଖିଛନ୍ତି। ମାତ୍ର ଅସାବଧାନତା ଯୋଗୁଁ ବୁଲା ଷଣ୍ଢ ଟି ଏହି ଡଷ୍ଟ ବିନ ଭିତରେ ପଡି ଯାଇଥିଲା । ଫଳରେ ଷଣ୍ଢ ଟି ର ମୃତ୍ୟୁ ଘଟିଛି। ଗ୍ରାମବାସୀ ନିକଟସ୍ଥ ଦମକଳ ବାହିନୀ କୁ ଖବର ଦେଇଥିଲେ। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଷଣ୍ଢ ଟିକୁ ଉଦ୍ଧାର କରିଥିଲେ। ମାତ୍ର ଷଣ୍ଢ ଟି ସେତେବେଳକୁ ପ୍ରାଣ ତ୍ୟାଗ କରି ସାରିଥିଲା।

Leave a Reply

Your email address will not be published. Required fields are marked *