Spread the love

କନ୍ନଡ଼ ସୁନା ଚୋରା ଚାଲାଣ ମାମଲାରେ ଜଡିତ ରହିଛନ୍ତି ଅଭିନେତ୍ରୀ ରଣ୍ୟା ରାଓ । ସେହି କାରଣରୁ ତାଙ୍କଠାରୁ ୩୪ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ED । ଏହି କାର୍ଯ୍ୟାନୁଷ୍ଠାନ ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅଧୀନରେ ନିଆଯାଇଛି । ସିବିଆଇ ଏବଂ ଡିଆରଆଇର ଅଭିଯୋଗ ପରେ ଇଡି ଏହି ମାମଲା ପଞ୍ଜିକୃତ କରିଛି । ସୂଚନାନୁଯାୟୀ, ଅଭିନେତ୍ରୀଙ୍କ ଉପରେ ୧୨.୫୬ କୋଟି ଟଙ୍କାର ସୁନା ରକିବାର ଅଭିଯୋଗ ରହିଛି ।

ମାର୍ଚ୍ଚ ମାସରେ ଦୁବାଇରୁ ଆସିବା ପରେ ରଣ୍ୟା ରାଓଙ୍କୁ ବେଙ୍ଗାଲୁରୁ ବିମାନବନ୍ଦରରେ ଗିରଫ କରାଯାଇଥିଲା ।୩୪.୧୨ କୋଟି ଟଙ୍କାର ସମ୍ପତ୍ତି ମଧ୍ୟରେ ଭିକ୍ଟୋରିଆ ଲେଆଉଟରେ ଏକ ଘର, ବେଙ୍ଗାଲୁରୁର ଅର୍କାବତି ଲେଆଉଟରେ ଏକ ପ୍ଲଟ୍, ଟୁମକୁରରେ ଏକ ଶିଳ୍ପ ଜମି ଏବଂ ଅନେକେଲ ତାଲୁକରେ କୃଷି ଜମି ଜବତ କରାଯାଇଛି । ଏହି ମାମଲାରେ ED ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।ଅନ୍ୟପଟେ ତାଙ୍କଠାରୁ ୧୨.୫୬ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧୪.୨ କିଲୋଗ୍ରାମ ସୁନା ଜବତ ହୋଇଛି। ଏକ ସୂଚନା ଆଧାରରେ କାର୍ଯ୍ୟ କରି ଡିଆରଆଇ ଅଧିକାରୀମାନେ ଅଭିନେତ୍ରୀଙ୍କୁ ଅଟକ ରଖିଛନ୍ତି ବୋଲି ଡିଆରଆଇ ଅଧିକାରୀ କହିଛନ୍ତି । ଏହାରି ମଧ୍ୟରେ ED ବର୍ତ୍ତମାନ ଏହି ଘଟଣାର ଅଧିକ ତଦନ୍ତ କରୁଛି । ଏହି ଚୋରା ଚାଲାଣରେ ଆଉ କିଏ ସାମିଲ ରହିଛନ୍ତି । ସେ ସମ୍ପର୍କରେ ଜାଣିବାକୁ ସେମାନେ ଚେଷ୍ଟା କରୁଛନ୍ତି । ଏହା ସହିତ, ଏହି ଟଙ୍କା କେଉଁଥି ପାଇଁ ବ୍ୟବହାର ହୋଇଥିଲା ସେ ସମ୍ପର୍କରେ ମଧ୍ୟ ସେମାନେ ତଦନ୍ତ କରୁଛନ୍ତି ।

Leave a Reply

Your email address will not be published. Required fields are marked *