Spread the love

ଅମ୍ବାଭୋନାରେ ଶିକ୍ଷକ ଏକାଦଶ ଏକଦିବସୀୟ ତ୍ରିମୁଖୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ – ୨୦୨୫ ଉଦଯାପିତ

(ବରଗଡ଼)::ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଶିକ୍ଷା ଓ ଶିକ୍ଷକ ପରିବାର ଏବଂ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ,ଅମ୍ବାଭୋନା ଶାଖା ତରଫରୁ ଅତାବିରା,ଅମ୍ବାଭୋନା ଓ ଭଟଲି ବ୍ଲକ ମଧ୍ୟରେ ଶିକ୍ଷକ ଏକାଦଶ ଏକଦିବସୀୟ ତ୍ରିମୁଖୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ – ୨୦୨୫ କେଦାରନାଥ ଷ୍ଟାଡିୟମ଼ ଅମ୍ବାଭୋନାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏବିଇଓ ଲାଲମୋହନ ସିଂହଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ମୁଖ୍ଯଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏ ଯୋଗଦେଇଥିବା ବେଳେ ମୁଖ୍ଯ ବକ୍ତା ଭାବରେ ବ୍ଲକ ବିଜ୍ଞାନ ଫୋରମର ସଭାପତି ସଞ୍ଜୟ ଖମାରୀ ଓ ସମ୍ମାନିତ ଅତିଥି ଭାବରେ ଡିପିଇଓ ଜ୍ୟୋତିଷ ଚନ୍ଦ୍ର ପଧାନ ଓ ଏସଜିଏସଏ ତୋଷରାମ ଦାଶ ଯୋଗ ଦେଇଥିଲେ।

ଏହି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ଅଂଶଗ୍ରହଣ କରିଥିବା ଅମ୍ବାଭୋନା, ଅତାବିରା ଓ ଭଟଲିର ପ୍ରତିଭା ସମ୍ପନ୍ନ ଶିକ୍ଷକ ଏକାଦଶଙ୍କ କ୍ରିକେଟ ଖେଳ ସମସ୍ତଙ୍କ ହୃଦୟକୁ ଛୁଇଁ ପାରିଥିଲା। ସିଆରସିସି ବଳରାମ ଦରଦ ମେଘ,ବୁବୁନ ପଣ୍ଡା ଓ ସନ୍ତୋଷ ମାଝୀ ମ୍ୟାଚର ଧାରା ବିବରଣୀ ପ୍ରଦାନ କରିଥିଲେ।ଏଥିରେ ଅମ୍ପାୟାର ଭାବରେ ଶେଷଦେବ ଦାସ ଓ ଯୋଗେଶ୍ବର ସେଠ ଖେଳ ପରିଚାଳନା କରିଥିଲେ।ଅମ୍ବାଭୋନା ବ୍ଲକର ସମସ୍ତ ସିଆରସିସି ସହଯୋଗ କରିଥିଲେ। ଉଦଯାପନୀ ସମାରୋହରେ ଏବିଇଓ ଲାଲମୋହନ ସିଂହଙ୍କ ସଭାପତିତ୍ବରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ଯ ଅତିଥି ଭାବରେ ବ୍ଲକ ବିଜ୍ଞାନ ଫୋରମର ସଭାପତି ସଞ୍ଜୟ ଖମାରୀ ଏବଂ ସମ୍ମାନିତ ଅତିଥି ଭାବରେ ପ୍ରାଥମିକ ଶିକ୍ଷକ ସଂଘର ବ୍ଲକ ଉପ ସଭାପତି ରୋହିତ ଭୁଏ ଯୋଗଦେଇ ବିଜେତା ଦଳ ଅତାବିରା ଶିକ୍ଷକ ଏକାଦଶ ଓ ଉପ ବିଜେତା ଦଳ ଭଟଲି ଶିକ୍ଷକ ଏକାଦଶଙ୍କୁ ପୁରସ୍କୃତ କରିଥିଲେ ।ମେନ ଅଫ ଦି ମ୍ୟାଚ ଛବିଳ ପ୍ରଧାନ ଓ ମ୍ଯାନ ଅଫ ଦ ଟୁର୍ଣ୍ଣାମେଣ୍ଟ ବ୍ଯାସଦେବ ସାହୁଙ୍କୁ ପୁରସ୍କୃତ କରିଥିଲେ ।ତିନି ଦଳର ଅଧିନାୟକ ଭାବରେ ରାହୁଲ ସେଠ, ନନ୍ଦିଘୋଷ ଭୁଏ, ସୁଶାନ୍ତ ସୁନା ଦଳ ପରିଚାଳନା କରିଥିବା ବେଳେ ଅମ୍ବାଭୋନା କ୍ରିକେଟ ଟିମର ଖେଲାଳୀ ତଥା ମଣ୍ଟୁ, ତେଜ,ପ୍ରହଲ୍ଲାଦ ଡନସନା, ସୁନୀଳ ଭୋଇ,ବୁବୁନ୍ ପଣ୍ଡା, ରାହୁଲ ସେଠ୍, ସୁମନ୍ତ ବାଗ, ଅଚ୍ୟୁତ ନାଏକ,ଦିଲ୍ଲୀପ ଦେହେରୀ, ନିରଞ୍ଜନ ପଟେଲ୍,ତପେଶ୍ୱର୍ ପଧାନ,ରମେଶ ଭୂୟାଁ, ଚୌଧୁରୀ ପାତ୍ର, ରାଜୁ ସିଂ,ଦୁଃଖନାଶନ ପ୍ରଧାନ,କେଦାର ନାଏକ,ବୋଧରାମ ବିଶ୍ୱାଳ,ସୋମନାଥ କିଷାନ, ଅସୀମ ସାହୁ, ତୁଳାରାମ, ପିଟର୍ ଟେଟେ,ଅଙ୍କିତ ମହନ୍ତ,ମୁକେଶ ସାହୁ, ସୁଶୀଳ ନାଏକ,ସ୍ଵାଧୀନ,ବାବୁଲୁ ବିଶ୍ୱାଳ,ବିଜୟ ଧନଗୌଡ,ଜୟ ଓ ସୁରେଶ ମହାନନ୍ଦ ଆଦି ସହଯୋଗ କରିଥିଲେ।ରୋହିତ କୁମାର ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *