Spread the love

*ଅସହାୟ ମା କୁ ଦଶହରା ଭେଟି ଦେଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ******।

 

ମଣିଷ ଜୀବନ ରେ ବଞ୍ଚିବା ପାଇଁ ମୌଳିକ ଅଧିକାର ରେ ଖାଦ୍ୟ,ବସ୍ତ୍ର,ବାସଗୃହ ନିହାତି ଆବଶ୍ୟକ । ଆଜି ଏହି ମହଙ୍ଗା ଯୁଗ ରେ ତାହା ଯୋଗାଡ କରିବା ପାଇଁ ଏକ ଅସହାୟ ଲୋକ ନିମନ୍ତେ କଷ୍ଟକର କାମ ଅଟେ। ଆପଣ ମାନେ ଦେଖିଥିବେ କି କେତେ ଆଡେ କେତେ ଲୋକ ଖାଦ୍ୟ ନଷ୍ଟ କରୁଛନ୍ତି । ନିଜର ଘର ଅନେକ କିନ୍ତୁ ରହିବା ପାଇଁ ଲୋକ ନାହାନ୍ତି । ବିଭିନ୍ନ ଗଣ ମାଧ୍ୟମ ରୁ ଖବର ପାଇ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଦସ୍ୟ ମାନେ କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ଆଳୀ ବ୍ଲକ ର ଚଣ୍ଡିଆ ଗଡି ପଞ୍ଚାୟତ ର ମାଳପାଟଣା ଗ୍ରାମ ରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା । ଯାହା ମୁଖ୍ୟ ରାସ୍ତା ର ପାର୍ଶ୍ଵ ରେ ଏକ ଜରି ପାଲ ତଳେ ରହୁଥିଲେ ଛବିରାଣି କୁଣ୍ଡ ନାମକ ଏକ ବୃଦ୍ଧା ଯାହା ଙ୍କ ର କେହି ନାହାନ୍ତି। ପୁରା ଅଶହାୟ ତେଣୁ ଟ୍ରଷ୍ଟ ପକ୍ଷରୁ ଏକ ଘର ଉପହାର ଦେବା ପାଇଁ ନିଷ୍ପତି ନେଇ ଥିଲା। ତେଣୁ ଦୀର୍ଘ ଦୁଇ ଦିନ ଅକ୍ଲାନ୍ତ ପରିଶ୍ରମ ଫଳ ରେ ଆଜି ଏକ ପକ୍କା ଘର ନିର୍ମାଣ କରି ଦେଇଥିଲେ । ସେହି ମାଉସୀ ଙ୍କୁ ଦଶହରା ଭେଟି ସ୍ୱରପ ଦେଇଥିଲେ ଏକ ଆଯବେଷ୍ଟ ଘର। ଏହି କାର୍ଯ୍ୟ କୁ ଦେଖି ସେହି ଅଞ୍ଚଳ ର ବୁଦ୍ଧିଜୀବୀ ମହଲ ରେ ସାଧୁବାଦ ଦେଇଥିଲେ। ଏହି ଘର ପାଇବା ପରେ ମା ଛବିରାଣି ଙ୍କ ବାର୍ତ୍ତା ଥିଲା ମତେ ଆଜି ଜଗନ୍ନାଥ ଘରଟିଏ ରହିବାକୁ ଦେଇଛନ୍ତି। ଏହି ଦେବତୁଲ୍ୟ କାର୍ଯ୍ୟ ରେ ଟ୍ରଷ୍ଟ ର ସଭାପତି ଶ୍ରୀ ଦମନ କୁମାର ମହାନ୍ତି ଙ୍କ ସହ ଉପ ସଭାପତି ରଶ୍ମି ରଂଜନ ବାରିକ ସଦସ୍ୟ କେଦାର ସ୍ବାଇଁ,ମିସ୍ତ୍ରୀ କାଳନ୍ଦୀ ବେହେରା,ଭାବଗ୍ରାହୀ ସାହୁ,ଓ ଅନ୍ୟ ସଦସ୍ୟ ମାନେ ସନ୍ତୋଷ କୁମାର ବେହେରା,ଦିଲୀପ କୁମାର ନାଥ,ଲକ୍ଷ୍ମଣ କୁମାର ନାଥ,ତପନ କୁମାର ନାଥ,ଗୋବିନ୍ଦ ଚନ୍ଦ୍ର ନାଥ, ବଟ କୃଷ୍ଣ ନାଥ ଓ ବାଲୁକା ଶିଳ୍ପୀ ବଲବ୍ଭ ମହାପାତ୍ର ଓ ବିଷ୍ଣୁ ଚରଣ ମହାପାତ୍ର, କୃଷ୍ଣ ଚନ୍ଦ୍ର ବାରିକ,ବିକାଶ ମହାରଣା,ଦିଲୀପ ସାହୁ,ଶାନ୍ତନୁ ବାରିକ,ପଦ୍ମଲୋଚନ ସାହୁ , ସୂର୍ଜକାନ୍ତ ପରିଡ଼ା,ଅଜୟ ସେଠୀ,ମନୋଜ ରାଉତ ଓ ସୁନିଲ ମଲ୍ଲିକ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *