Spread the love

ଆଇକନିକ୍ ସ୍ପୋର୍ଟସ ଫେଡେରେସନର କଟକ ଚାପ୍ଟର ଉଦଘାଟିତକ୍ରୀଡାର ବିକାଶ ଦିଗରେ ପ୍ରୟାସ ଜାରି ରଖିବ

କଟକ: ଆଇକନିକ୍ ସ୍ପୋର୍ଟସ ଫେଡେରେସନ୍ ର କଟକ ଚାପ୍ଟର ସୋମବାର ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ପ୍ରେସିଡେଣ୍ଟ କଟକ ଚାପ୍ଟର ପ୍ରଭାତ ରଞ୍ଜନ ବିଶ୍ଵାଳ, ଆଇଏସଏଫ୍ ଡାଇରେକ୍ଟର ଡ ସଞ୍ଜୟ ଚୌଧୁରୀ, ରାଜ୍ୟ ଏକ୍ଜିକ୍ୟୁଟିଭ କମିଟି ସଦସ୍ୟ ମାନସ ରଞ୍ଜନ ମହାନ୍ତି, ରିଯିଓନାଲ ମ୍ୟାନେଜର ଦର୍ଶନ କୁମାର ବେହେରା, କଟକ ଜିଲ୍ଲା ସେକ୍ରେଟାରୀ ବିଜୟ ମିଶ୍ର, ଜିଲ୍ଲା ଆବାହକ ସନ୍ତୋଷ କୁମାର ସାହୁ, ଏକଜିକ୍ୟୁଟିଭ ସଦସ୍ୟ ବିଷ୍ଣୁ ପ୍ରସାଦ ମହାପାତ୍ର ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ ନୂତନ ଚାପଟର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଥିଲେ। ଏହା ଦେଶର ପ୍ରଥମ କର୍ପୋରେଟ ସ୍ପୋର୍ଟସ ଫେଡେରସନ ଏବଂ ତୃଣମୂଳ ସ୍ତରରେ ପ୍ରତିଭା ମାନଙ୍କୁ କ୍ରୀଡା ପ୍ରତି ଆକୃଷ୍ଟ କରିବା ତଥା ରାଜ୍ୟ ଓ ଦେଶ ସ୍ତରରେ କ୍ରୀଡାର ପ୍ରସାର ତଥା ବିକାଶ ଦିଗରେ କାର୍ଯ୍ୟ କରିବାକୁ ଫେଡେରେଶନ ପ୍ରତିବଦ୍ଧ ବୋଲି ସେମାନେ ଦୃଢତାର ସହିତ କହିଥିଲେ। ଏଥିସହ ଯୁବ ବର୍ଗଙ୍କୁ କ୍ରୀଡା ଜରିଆରେ ଶାରୀରିକ ଭାବରେ ମଜଭୁତ କରି ଗଢି ତୋଳିବାକୁ ଏହା ଲକ୍ଷ୍ୟ ରଖିଛି। ବିଶେଷ କରି ରାଜ୍ୟର କ୍ରୀଡାବିତ୍ ଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଇ ସେମାନଙ୍କୁ ଆନ୍ତର୍ଜାତିକ ସ୍ତରରେ ପ୍ରତିଦ୍ବନ୍ଦିତା କରିବା ପାଇଁ ପ୍ରସ୍ତୁତ କରିବା ଦିଗରେ ଆଇଏସଏଫ୍ କାର୍ଯ୍ୟ କରିବ। ଇତି ମଧ୍ୟରେ ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଗତ କିଛି ମାସ ମଧ୍ୟରେ ଏକାଧିକ ଜାତୀୟ ସ୍ତରର କ୍ରୀଡା ପ୍ରତିଯୋଗିତା ଆୟୋଜନ ଏବଂ ଆଇକନିକ କ୍ରୀଡା ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ସାରିଥିବା ଶ୍ରୀ ସଞ୍ଜୟ ଚୌଧୁରୀ ପ୍ରକାଶ କରିଥିଲେ। ଆସନ୍ତା ୨୪ ତାରିଖରୁ କର୍ପୋରେଟ ପ୍ରୀମୀୟର ଲିଗ୍ ଆରମ୍ଭ ହେଉଥିବା ଓ ଏହାର ଫାଇନାଲ ମ୍ୟାଚ୍ କଟକ ବାରବାଟୀ ଷ୍ଟାଡିୟମ୍ ରେ ଅନୁଷ୍ଠିତ ହେବ ବୋଲି ଶ୍ରୀ ପ୍ରଭାତ ବିଶ୍ବାଳ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *