Spread the love

ଆଇଜର ବ୍ରହ୍ମପୁରର ତୃତୀୟ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ.

*ଆଗାମୀ ଦିନରେ ଏହି ଅନୁଷ୍ଠାନ ଦେଶର ସର୍ବୋଚ ଗବେଷଣା କେନ୍ଦ୍ର ହେବ ମୁଖ୍ୟ ଅତିଥି*

ବ୍ରହ୍ମପୁର- ସହର ଉପକଣ୍ଠ ଲାଉଡିଗା ସ୍ଥିତ ଆଇଜର କ୍ୟାମ୍ପସ ପରିସରରେ ଶିକ୍ଷାନୁଷ୍ଠାନର ତୃତୀୟ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଆଇଜର ଚେୟାରମେନ ସୁଧିର ଉତ୍ତମଲାଲ ମେହେତା ଆଭାସି ମାଧ୍ୟମରେ ଯୋଗ ଦେଇ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ସେହିପରି ଶିକ୍ଷାନୁଷ୍ଠାନର ଡାଇରେକ୍ଟର ପ୍ରଫେସର ଅଶୋକ କୁମାର ଗାଙ୍ଗୁଲିଙ୍କ ସଂଯୋଜନାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ରକ୍ଷା ମନ୍ତ୍ରାଳୟର ପ୍ରାକ୍ତନ ସଚିବ ଡ. ଜି ସତିସ ରେଡ୍ଡୀ ଯୋଗ ଦେଇଥିଲେ। ଗୋଟିଏ ଦେଶରେ ଯେତେ ପରିମାଣରେ ଗବେଷକ ଓ ବୈଜ୍ଞାନିକ ସଂଖ୍ୟା ବୃଦ୍ଧି ହେବ ସେହି ଦେଶ ସେତେ ସୃଦୃଢ ଓ ଶସକ୍ତ ହୋଇପାରିବ। ବର୍ତ୍ତମାନ ସୁଦ୍ଧା ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ ଦେଶ ଏକ ଲକ୍ଷରୁ ଉର୍ଦ୍ଧ ସଫଳତା ହାସଲ କରିଥିବା ବେଳେ ଏହିପରି ଛାତ୍ରଛାତ୍ରୀଙ୍କ ବିଜ୍ଞାନ ଓ ଗବେଷଣା ପ୍ରତି ଉତ୍ସାହ ଦେଶର ବିକାଶକୁ ଆଉ ଏକ ମାଇଲଖୁଣ୍ଟ ଆଡକୁ ନେଇଯିବ। ଅନ୍ୟପଟେ ବ୍ରହ୍ମପୁର ଆଇଜରର ପରିବେଶ ବିଜ୍ଞାନ ଗବେଷଣାର ବିଦ୍ୟାର୍ଥୀଙ୍କ ପାଇଁ ବେଶ ସୌହାର୍ଦ୍ୟପୂର୍ଣ୍ଣ ରହିଥିବା ବେଳେ ଆଗାମୀ ବର୍ଷ ମାନଙ୍କରେ ଏହା ଦେଶର ଏକ ସର୍ବୋଚ୍ଚ ବିଜ୍ଞାନ ଓ ଗବେଷଣା କେନ୍ଦ୍ର ଭାବେ ପରିଗଣିତ ହେବ ବୋଲି ମୁଖ୍ୟ ଅତିଥି ଡ ଜି ସତିସ ରେଡ୍ଡୀ ନିଜ ଅଭିଭାଷଣରେ କହିଥିଲେ। ସେହିପରି ଆଇଜର ଚେୟାରମେନ ସୁଧିର ଉତ୍ତମଲାଲ ମେହେତା ଖୁବ କମ ସମୟ ଭିତରେ ଆଇଜର ଓ ଏହାର ବିଦ୍ୟାର୍ଥୀଙ୍କ ସଫଳତା ବିଷୟରେ କହିଥିଲେ। ସେହିପରି ଚଳିତ ବର୍ଷ ସ୍ନାତକ, ସ୍ନାତକୋତ୍ତର ଓ ଡକ୍ଟରେଟ ଲାଭ କରିଥିବା ୧୦୨ ଜଣ ବିଦ୍ୟାର୍ଥୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଅନ୍ୟପଟେ ଚଳିତ ଥର ଏହି ଶିକ୍ଷାନୁଷ୍ଠାନରୁ ଡିଗ୍ରୀ ଲାଭ କରିଥିବା ଛାତ୍ରଛାତ୍ରୀମାନେ ଆଗାମୀ ଦିନରେ ଦେଶରେ ଅନେକ ନିଯୁକ୍ତି ସୃଷ୍ଟି କରିବା ସହ ବିଭିନ୍ନ ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ବେଶ ସହାୟକ ହେବେ ବୋଲି ଡାଇରେକ୍ଟର ପ୍ରଫେସର ଗାଙ୍ଗୁଲି କହିଛନ୍ତି। ସେହିପରି କାର୍ଯ୍ୟକ୍ରମ ପ୍ରାରମ୍ଭରେ କଲେଜର ଡିନ ପ୍ରଫେସର ୟୋଗେନ୍ଦ୍ର ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ରେଜିଷ୍ଟାର ପ୍ରଦିପ କୁମାର ରୟ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ବେଦାଙ୍ଗ ଦାସ ମହାନ୍ତି, ପ୍ରଫେସର ଯୋଗେନ୍ଦ୍ର ଶର୍ମା, ପ୍ରଫେସର ଜୟଦିପ ମୁଖୋପାଧାୟ, ପ୍ରଫେସର ବିଶ୍ୱାସ ଚବନ, ପ୍ରଫେସର ସୁରେନ୍ଦ୍ର ନାଥ ମିଶ୍ର, ଡ ସୁଲକ୍ଷଣା ପି ମୁଖାର୍ଜୀ, ଡ ପ୍ରେମ ପ୍ରକାଶ ପାଣ୍ଡେ, ଡ ବୋଧିସତ୍ୱ ନନ୍ଦୀ ପ୍ରମୁଖ ମଞ୍ଚାସିନ ଥିଲେ। ସେହିପରି ଶିକ୍ଷାନୁଷ୍ଠାନର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *