Spread the love

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଝରିଗାଁ ବନାଞ୍ଚଳ ଅଧୀନରେ ଥିବା ହାତୀବାଡ଼ି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଜବରଦଖଲ କରି ଦୋକାନ ଗୃହ ଓ ଘର ନିର୍ମାଣ କରିଥିଲେ । ରବିବାର ବନ ବିଭାଗ ପକ୍ଷରୁ ଜେସିବି ଲଗାଇ ମୋଟ ୨୮ ଗୋଟି ଘର ଭାଙ୍ଗିଛି । ସଂରକ୍ଷିତ ଜଙ୍ଗଲକୁ ସଫା କରି ବେଆଇନ ଭାବେ ଘର ତିଆରି କରି ଜମି ମାଫିଆ ମାନେ ରହୁଥିଲେ ।

ଉଚ୍ଛେଦ ଚାଲିଥିବା ସମୟରେ ଡିଏଫ୍‌ଓ ଶୁଭେନ୍ଦୁ ପ୍ରସାଦ ବେହେରା ହାତୀବାଡ଼ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।ଝରିଗାଁ ବନ ବିଭଗ ପକ୍ଷରୁ ଗତ ମାସରେ ହାତିବାଡି ସଂରକ୍ଷିତ ଜଙ୍ଗଲରେ ୨୮ ଜଣଙ୍କୁ ବେଆଇନ ଭାବେ ଅସ୍ଥାୟୀ ଘର ନିର୍ମାଣ କରିଥିବା ନେଇ ନୋଟିସ ଜାରି କରାଯାଇଥିଲା। ଯଦି ଅସ୍ଥାୟୀ ଘର ନିର୍ମାଣ ସମ୍ୱନ୍ଧୀୟ କିଛି ବନ ବିଭାଗର ପ୍ରମାଣ ପତ୍ର ଥିଲେ ତିନି ଦିନ ମଧ୍ୟରେ ଝରିଗାଁ ବନ ବିଭାଗ କାର୍ଯ୍ୟାଳୟରେ ଦାଖଲ କରିବା ପାଇଁ କୁହାଯାଇଥିଲା।ସୂଚନାନୁସାରେ, ହାତୀବାଡ଼ି ଗ୍ରାମରେ ରହିଥିବା ସଂରକ୍ଷିତ ଜଙ୍ଗଲରେ ନୂତନ ଘର ନିର୍ମାଣ ବାରଣ କରିବାରୁ ଗତ ମାସ ୧୫ ତାରିଖରେ ଫରେଷ୍ଟ ଗାର୍ଡଙ୍କୁ ମୁଣ୍ଡ ଫଟା ମାଡ଼ ହୋଇଥିଲା। ଘଟଣା ନେଇ ଝରିଗାଁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ଓ ଝରିଗାଁ ଥାନା କେସ୍‌ ନମ୍ବର ୭୬/୨୦୨୫ରେ ଏକ ମାମଲା ରୁଜୁ କରାଯାଇଥିଲା। ଏହାପରେ ଝରିଗାଁ ପୋଲିସ ଜଗନ୍ନାଥ ସାନ୍ତାଙ୍କ ସହ ପୁଅ କୃତ୍ତିବାସ ସାନ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Leave a Reply

Your email address will not be published. Required fields are marked *