Spread the love

ଆଜି ଅନ୍ତବ୍ରତ ଥିବାରୁ ଆନନ୍ଦ ବଜାର ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ର ମାଟି ଅନୁକୂଳ

ଢେଙ୍କାନାଳ (୨୮/୯): ଢେଙ୍କାନାଳ ଆନନ୍ଦ ବଜାର ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ପକ୍ଷରୁ ଆଜି ଅନ୍ତବ୍ରତ ଥିବାରୁ ସ୍ଥାନୀୟ ବ୍ରାହ୍ମଣୀ ନଦୀ କୂଳ କମଗରା ଠାରୁ ମାଟି ଅନୁକୂଳ ହୋଇଯାଇଛି । ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ ବିଭିନ୍ନ ଭୋଗ ଲାଗି କରାଯାଇଥିଲା । ଘଣ୍ଟ ଓ ସଙ୍କୀର୍ତ୍ତନ ମଣ୍ଡଳୀ ଦ୍ଵାରା ବିରାଟ ଶୋଭାଯାତ୍ରା ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ମାଟି ଅନୁକୂଳ କରାଯାଇ ସହରର ପରିକ୍ରମା କରାଯାଇ ମହାଲକ୍ଷ୍ମୀ ପୂଜା ମଣ୍ଡପ ରେ ରଖାଗଲା। ଏହି ମାଟି ମହାଲକ୍ଷ୍ମୀଙ୍କ ମୂର୍ତ୍ତି ରେ ଲାଗି କରାଯିବ। ଏହି ମାଟି ଅନୁକୂଳ କୁ ପୂଜାର୍ଚ୍ଚନା କରିଥଲେ ପୂଜକ ଦୁଲା ଭାଇନା, କର୍ତ୍ତା ମନୋରଞ୍ଜନ ସାହୁ, ସଭାପତି ଚକ୍ରଧର ନାୟକ, ସମ୍ପାଦକ ଚିତ୍ତରଞ୍ଜନ ସାହୁ, ସହ ସମ୍ପାଦକ ବଳଭଦ୍ର ନାୟକ, କୋଷାଧ୍ୟକ୍ଷ ଲିକୁନ୍ ପ୍ରଧାନ, ରାମ ନାୟକ,ପିନୁ ସାହୁ,ଦିପୁନ ପ୍ରଧାନ, ବିକାଶ ପ୍ରଧାନ,ବିମଳ ନାୟକ ଓ କମିଟି ର ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତ ରେ ଏହି ମାଟି ଅନୁକୂଳ କରାଯାଇ ଥିଲା

Leave a Reply

Your email address will not be published. Required fields are marked *