Spread the love

ଆଜି ସାବିତ୍ରୀ ଅମାବାସ୍ୟା ଥିବାରୁ ଢେଙ୍କାନାଳ ବିଭିନ୍ନ ମନ୍ଦିରରେ ମହିଳା ମାନଙ୍କ ଭିଡ଼ ଜମିଛି।

ଆଜି ପବିତ୍ର ସାବିତ୍ରୀ ଓଷା । ଏ ଜ୍ୟୈଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ କରାଯାଏ। ସଧବା ନାରୀ ଉପବାସ କରି ସ୍ବାମୀଙ୍କ ଦୀର୍ଘ ଆୟୁଷ ମଙ୍ଗଳ ମନାସି ପୂଜା ଅର୍ଚନା କରନ୍ତି। ପୂଜା ଶେଷ ହେଲେ ନଡ଼ିଆ, କଦଳୀ, ପଣସ ,ସପୁରୀ,ତାଳସଜ ଧୂଆମୁଗ ଆଦି ଫଳରେ ଭୋଗ କରନ୍ତି। ପୂରାଣ ଅନୁସାରେ ମହାସତି ସାବିତ୍ରୀ ଏହିଦିନ ପ୍ରତିବ୍ରତା ନାରୀ ଭାବେ ଯମରାଜାଙ୍କ ଠାରୁ ତାଙ୍କ ସ୍ବାମୀଙ୍କ ପ୍ରାଣ ରକ୍ଷା କରିଥିଲେ । ସେହି ଦିନ ଠାରୁ ପ୍ରତ୍ୟେକ ସଧବା ନାରୀ ନିଜ ସ୍ବାମୀ ଓ ପରିବାରର ମଙ୍ଗଳ କାମନା କରିବା ପାଇଁ ଏହି ବ୍ରତ କରିଆସୁଛନ୍ତି। ବାସ୍ତବରେ ପୂଜା ର ଆରାଧ୍ୟା ଦେବୀ ମାଁ ସାବିତ୍ରୀ , ଓଡ଼ିଶା ପରମ୍ପରା ଅନୁଯାୟୀ ସଧବା ନାରୀମାନେ ସ୍ବାମୀଙ୍କ ଦିର୍ଘ୍ର ଜୀବନ କାମନା କରି ଏହି ଓଷା ନିଷ୍ଠାର ସହ ପାଳନ କରିଥାନ୍ତି। ସାବିତ୍ରୀ ଓଷାରେ ରହିଛି ଅନେକ ଭାବମୟ କାହାଣୀ ଥରେ ପଢ଼ିଦେଲେ ଆତ୍ମା ହୁଏ ଶାନ୍ତି।ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଓଷା କରୁଛନ୍ତି ପତ୍ନୀ , ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ମନ୍ଦିରରେ ଚାଲିଛି ପୂଜାର୍ଚ୍ଚନା । ବଳରାମ ମନ୍ଦିର, କୋର୍ଟ ଛକ ରେ ଥିବା ଆଖଣ୍ଡଳମଣି ମନ୍ଦିର, ମହାବୀର ବଜାର ରେ ଥିବା ଲକ୍ଷ୍ମୀ ମନ୍ଦିର,ମିନା ବଜାର ସ୍ଥିତ ମଉଡମଣୀ ରାଜଲକ୍ଷ୍ମୀ ମନ୍ଦିର, କାରିଗରୀ ସାହି ସ୍ଥିତ ଲକ୍ଷ୍ମୀ ନାରାୟଣ ମନ୍ଦିର ଓ ବିଭିନ୍ନ ମନ୍ଦିର ମାନଙ୍କରେ ମହିଳା ମାନେ ଲୁଗା ବ୍ରତ ବିଭିନ୍ନ ପ୍ରକାରର ଫୁଲ,ଫଳ,ସାଗୁ,ମୁଗ ଭୋଗ ନେଇ ମନ୍ଦିର ମାନଙ୍କରେ ବ୍ରତ ପୂଜା ପାଇଁ ଗହଳି ଜମୁଛି ।

Leave a Reply

Your email address will not be published. Required fields are marked *