Spread the love

ଆଦିଶକ୍ତି ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ୱାର୍ଡ଼ ନମ୍ବର୍ ଆଠ ସ୍ଥିତ ଆଦିଶକ୍ତି ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ନଅ ତାରିଖ ସଂନ୍ଧ୍ୟାରେ ବଡ଼ବିଲ ପୌରାଞ୍ଚଳ ୱାର୍ଡ଼ ନମ୍ବର୍ ଆଠ ପିଏଚଡି ସ୍ଥିତ ଗଣେଶ ମଣ୍ଡପ ଠାରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସମ୍ପାଦିକା ମମତା ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ, ଏବଂ ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପିଙ୍ଗୁଆ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ଓ ଅନ୍ୟ ମାନଙ୍କ ମଧ୍ୟରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସମ୍ପାଦିକା ଝରଣା ମହାନ୍ତ, ଆଇନଜୀବୀ ପ୍ରଦୀପ୍ତ ଧଳ, ମମତା ରାଉତ୍, ସ୍ବପ୍ନା ସାହୁ, ନେନା ରାଠୋର, ସଙ୍ଘର ଉପଦେଷ୍ଟା ସୁନିଲ ଦାସ୍ ପ୍ରମୁଖ ସଭା ମଞ୍ଚରେ ଉପସ୍ଥିତ ଥିବା ବେଳେ ଅନେକ ସଂଖ୍ୟାରେ ସ୍ଥାନୀୟ ପୁରୁଷ ଓ ମହିଳା ଓ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ସଙ୍ଘର ଉପଦେଷ୍ଟା ସୁନିଲ ଦାସ୍ ମଞ୍ଚ ପରିଚାଳନା କରିଥିଲେ। ପ୍ରଥମେ ଅତିଥି ମାନଙ୍କ ଆଗମନରେ ସଙ୍ଘର କର୍ମକର୍ତ୍ତା ମାନେ ଶଙ୍ଖ ହୁଳହୁଳି ସହ ଫୁଲ ଚନ୍ଦନ ଦେଇ ସଭାମଞ୍ଚକୁ ପାଛୋଟି ନେଇଥିଲେ। ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କ ନାମ ନେଇ ଦ୍ଵୀପ ପ୍ରଜ୍ବଳନପରେ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସଙ୍ଘର କର୍ମକର୍ତ୍ତା ମାନେ ଉପସ୍ଥିତ ଅତିଥି ମାନଙ୍କୁ ସମ୍ବର୍ଧନା ଦେଇଥିଲେ। ଦ୍ରୋପଦି ଦେବୀ କଳା କେନ୍ଦ୍ର ବଡ଼ବିଲ ର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଅତିଥିଙ୍କ ସ୍ୱାଗତରେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ।ଏହି ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ କିପରି ଆଜିର ସମାଜରେ ଜଣେ ନାରୀ ତାର ପରାକାଷ୍ଠା ପ୍ରତିପାଦନ କରି ପାରିଛି ଏବଂ ସେମାନେ କିପରି ଆଜିର ଆଧୁନିକ ସମାଜରେ ପୁରୁଷ ମାନଙ୍କଠାରୁ କୌଣସି କ୍ଷେତ୍ରରେ ପଛରେ ନଥିବା ବେଳେ ପୁରୁଷ ମାନଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଆଗକୁ ଚାଲିଛନ୍ତି ତାହା ବଖାଣି ଥିଲେ ଏବଂ କିପରି ନାରୀଶକ୍ତି ଆହୁରି ସଙ୍ଗଠିତ ଓ ସଶକ୍ତ ହୋଇପାରିବ ତାଉପରେ ଆଲୋକପାତ କରିଥିଲେ। ଶେଷରେ ସଙ୍ଗଠନ ପକ୍ଷରୁ ଅଞ୍ଚଳର କିଛି ପିଲାଙ୍କୁ ଫୁଟବଲ୍ ଓ ଜର୍ସି ପ୍ରଦାନ୍ କରାଯିବା ସହ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିବା ଦ୍ରୌପଦୀ ଦେବୀ କଳା କେନ୍ଦ୍ର ର କଳାକାର ମାନଙ୍କୁ ପୁରସ୍କୃତ କରଯାଇଥିଲା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *