Spread the love

“ଆନ୍ତଃମହାବିଦ୍ୟାଳୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ କଲ୍ୟାଣୀ ରାୟ୍ ମହାବିଦ୍ୟାଳୟ ବିଜୟୀ ସହ ପଡିଆରେ ଭରପୁର ଦର୍ଶକ”

 

 

ବରଗଡ ଜିଲ୍ଲା ଅତାବିରା ବ୍କକ ସ୍ଥିତ ଲରମ୍ଭା କଲେଜ ଖେଳପଡିଆ ଠାରେ ସମ୍ବଲପୁର ବିଶ୍ବବିଦ୍ଯାଳୟ ଦ୍ବାରା ଆୟୋଜିତ ଆନ୍ତଃମହାବିଦ୍ୟାଳୟ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଅଛି । ଏହି ଅବସରରେ କଲେଜ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଅତାବିରା ବି.ଡି.ଓ.ଶ୍ରୀ ପ୍ରମୋଦ ଚନ୍ଦ୍ର ମେହେର, ମହାବିଦ୍ଯାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ରବିନାରାୟଣ ପଣ୍ଡା, ପ୍ରଧ୍ୟାପିକା ଜୟାକୁମାରୀ ମିଶ୍ର, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଅଧିକାରୀ ଶ୍ରୀ ପିଣ୍ଟୁ ମେହେର, ଅତିଥି ଭାବରେ ଯୋଗଦେଇଥିଲେ । ଏହି ମେଚ ଚାରିଦିନ ଧରି ଜୋନ- A ଲରମ୍ଭା କଲେଜ ଖେଳପଡିଆ ଓ ତିନି ଦିନ ଧରି ନୀଳଶୈଳକଲେଜ ରାଉରକେଲା ଠାରେ ଅନୁଷ୍ଠିତ ହୋଇଥିଲା । ଲରମ୍ଭା ପଡିଆରେ ୧୮ଟି ଓ ନୀଳଶୈଳ ପଡିଆରେ ୨୨ ଟି କଲେଜ ଅଂଶ ଗ୍ରହଣ କରିଥିଲେ । ଶେଷରେ ଜୋନA ରୁ ମା ଝାଡେଶ୍ବରୀ କଲେଜ ଧମା ଓ ଜୋନ B ରୁ କଲ୍ୟାଣୀରାୟ ମହାବିଦ୍ୟାଳୟ ରାଉରକେଲା ବିଜୟ ଲାଭକରି ଫାଇନଲକୁ ଆସିଥିଲେ । ଉଭୟଂକ ମଧ୍ୟରେ ଲରମ୍ଭାକଲେଜ ଖେଳପଡିଆ ଠାରେ ଶନିବାର ଦିନ ଫାଇନଲ ଖେଳ ହୋଇ କଲ୍ୟାଣୀରାୟ ମହାବିଦ୍ୟାଳୟ ୧-୦ରେ ବିଜୟ ଲାଭ କରିଥିଲା । ସେମିଫାଇନାଲ ରେ ବେଲପାହାଡ ସହ ଧମା ଓ କୁଚିଣ୍ଡା ସହ କୁଲୁଣ୍ଡି ପରସ୍ପରକୁ ଭେଟି ଧମା ଓ କୁଲୁଣ୍ଡି ବିଜୟ ଲାଭକରି ପୁଣି ତାଂକ ଭିତରେ ଖେଳ ହୋଇ ଧମା ବିଜୟ ଲାଭ କରି ଜୋନ B ରୁ ଆସିଥିବା କଲ୍ୟାଣୀରାୟ ସହିତ ଖେଳି ପରାସ୍ତ ହୋଇଥିଲା । ଏହି ଟୁର୍ନାମେଣ୍ଟକୁ ତ୍ରିଦେବ ଇଣ୍ଟରନେସନାଲ ଗୋଡଭଗା, ଅନିଶ କାରବଜାର ହୀରାକୁଦ ରେଳଷ୍ଟେସନ, ଆପେକ୍ସ କୋଚିଂକ ସେଣ୍ଟର ଲରମ୍ଭା, ଗୁଡ୍ଦୁ ଭେରାଇଟି ଷ୍ଟୋର ଗୋଡଭଗା, ଆନନ୍ଦ ଭେରାଇଟି ଷ୍ଟୋର ଗୋଡଭଗା,, ଶୁଭମ ଇଣ୍ଟରପ୍ରାଇଜେସ ଲରମ୍ଭା, ମା ତାରିଣୀ ଅଳଙ୍କାର ଗୋଡଭଗା ବହୁ ଟ୍ରଫି ସହ ଆର୍ଥିକ ସାହାଯ୍ୟ କରିଥିଲେ । ଏହାକୁ ବରଗଡ ସ୍ପୋର୍ଟସ ଫୁଟବଲ ସଂଘ , ଶିକ୍ଷକ ବିନୟ କୁମାର ନାୟକ ସୁଶିଳ ମହାକୁର ପରିଚାଳନା କରିଥିଲେ। କ୍ରୀଡା ସଂପାଦକ ପବିତ୍ରମାହାଣା ଖେଳର ବିବରଣୀ ପଠନ କରିଥିବା ଵେଳେ ସହ ସଂପାଦକ ସିଦ୍ଧେଶ୍ବର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ। କଲେଜର ଅଧ୍ୟାପିକା ଦୀପିକା ଏଲିଜାବେଥ ଲାକ୍ରା, ଲକ୍ଷ୍ନୀ ମଲ୍ଲିକ, ରୋଜି ଏକ୍କା, ରୁଚିତା ମାଝି, ଯଶୋବନ୍ତୀ ସା ଅଧ୍ୟାପକ ରବିନ୍ଦ୍ର ନାଏକ, ସମୀର କୁମ୍ଭାର,ସରୋଜ ନାୟକ, ପ୍ରଦୀପ ପଣ୍ଡା, ଶିଶିର ସାହୁ, ଅବିନାଶ ସାହୁ, ପ୍ରମୋଦ ସେଠ , ସତ୍ୟବ୍ରତ କର୍ଣ୍ଣ ଦେବାଶିଷପାତ୍ର, ମୁକେଶ ପ୍ରଧାନ,ଲିଂଗରାଜ ପୋଢ , ଏନ.ସି.ସି. ନାଭାଲର ସ୍ବେଚ୍ଛାସେବୀ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଡ଼ି ଡ଼ି ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ…..

Leave a Reply

Your email address will not be published. Required fields are marked *