Spread the love

ଆନ୍ତର୍ଜାତୀୟ ଭଲିବଲ୍ ତାରକା ସୌମ୍ୟରଞ୍ଜନଙ୍କୁ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ସମ୍ବର୍ଦ୍ଧନା

ମେରାମଣ୍ଡଳୀ, ୨୨/୦୭/୨୦୨୬- ଢେଙ୍କାନାଳ ଜିଲ୍ଲା ଶିବପୁର ପଞ୍ଚାୟତର ଆନ୍ତର୍ଜାତୀୟ ଭଲିବଲ ତାରକା ସୌମ୍ୟରଞ୍ଜନ ସାମଲଙ୍କୁ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଉପଲକ୍ଷେ ଟାଟା ଷ୍ଟିଲ ମେରାମଣ୍ଡଳୀ ଟାଉନସିପ୍‌‌ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ ମେରାମଣ୍ଡଳୀର ଏଚ୍‌‌ଆ‌ରବିପି ଚିଫ୍ ପ୍ରଶାନ୍ତ କୁମାର ନନ୍ଦ ଓ କର୍ପୋରେଟ ସର୍ଭିସେସ ଚିଫ୍ ଶୁଭ୍ରାଂଶୁ ଶେଖର ପଣ୍ଡା ସୌମରଞ୍ଜନଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ସୌମ୍ୟଙ୍କ ମାଆ ବିସ୍ମିତା ସାମଲ ଓ ବାପା ପ୍ରଶାନ୍ତ ସାମଲ ଉପସ୍ଥିତ ଥିଲେ। ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସଏଫ୍‌‌) ଦ୍ୱାରା ପରିଚାଳିତ ଭଲିବଲ କୋଚିଂ ସେଣ୍ଟରରୁ ପ୍ରଶିକ୍ଷଣ ଆରମ୍ଭ କରିଥିବା ସୌମ୍ୟରଞ୍ଜନ ୨୦୨୬ ଏଭିସି ବଏଜ୍ ଅଣ୍ଡର-୧୮ ଭଲିବଲ୍ ଚାମ୍ପିଅନସିପ୍‌‌ରେ ଖେଳିବାର ସୁଯୋଗ ପାଇଥିଲେ। ନିଜର କଠୋର ପରିଶ୍ରମ ଓ ଉଦ୍ୟମ ଯୋଗୁ ସୌମ୍ୟ ଭାରତୀୟ ଟିମ୍‌‌ରେ ସାମିଲ ହୋଇ ଆନ୍ତର୍ଜାତୀୟ ମଞ୍ଚରେ ଦେଶ ପାଇଁ ପ୍ରତିନିଧିତ୍ୱ କରିଥିଲେ। ସୌମ୍ୟଙ୍କ ଏହି ସଫଳତା ଆଜି ତାଙ୍କ ଜନ୍ମମାଟି ଢେଙ୍କାନାଳ ସମେତ ସାରା ରାଜ୍ୟକୁ ଗୌରବାନ୍ୱିତ କରିଛି।

Leave a Reply

Your email address will not be published. Required fields are marked *