Spread the love

ଆମ୍ ଆଦମୀ ପାର୍ଟି ପକ୍ଷରୁ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୁଣ୍ୟତିଥି ପାଳିତ, ପୁଣ୍ୟାତ୍ମାଙ୍କ ଜୀବନୀ ଉପରେ ଆଲୋଚନା ଚକ୍ର

ଢେଙ୍କାନାଳ : ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୭ ତମ ପୁଣ୍ୟତିଥି ପାଳିତ l ଏହି ଅବସରରେ ସକାଳ ସାଢେ ୮ ଟା ବେଳେ ଦଳୀୟ କର୍ମୀମାନେ ଟାଉନ ହଲ ପାଖରେ ଥିବା ପ୍ରତିମୂର୍ତ୍ତିରେ ଧୂପଦାନ ସହିତ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ l ପରେ ଦଳର କାର୍ଯ୍ୟାଳୟ ଠାରେ ପୁଣ୍ୟାତ୍ମାଙ୍କ ଜୀବନୀ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଦଳର ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ, ମହାନ ରାଷ୍ଟ୍ରନୀତିଜ୍ଞ, ସେବକ ଶିରୋମଣି, ସେବା ଓ ତିତିକ୍ଷାର ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସେବାକୀୟ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ l ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡା, ସଦର ନିର୍ବାଚନ ମଣ୍ଡଳୀ ସଭାପତି ରତିରଞ୍ଜନ ଜେନା, ପୌରାଞ୍ଚଳ ସଭାପତି ଦେବାଶିଷ ନନ୍ଦ, ସଦସ୍ୟ ପିତାମ୍ବର ସାମନ୍ତରାୟ, ଅନିଲ ନାଥ ପ୍ରମୁଖ ଯୋଗଦେଇ ମହାନ ସେବା ନାୟକଙ୍କ ଜୀବନୀ, ସେବାର ମହତ୍ତ୍ୱ ଏବଂ ଉତ୍କଳ ପ୍ରଦେଶ ଗଠନ ପାଇଁ ବରପୁତ୍ରଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ l ନିଜର ସ୍ୱାର୍ଥକୁ ତ୍ୟାଗ କରି ସେ ଓଡ଼ିଶାବାସୀଙ୍କ ସେବା କରିଥିଲେ l ସେହିପରି ସେବା କାର୍ଯ୍ୟକୁ ଅନେକ ବ୍ୟକ୍ତି ବିଶେଷ ତଥା ସାମାଜିକ ସଂଗଠନ ମାନେ ଆପଣେଇ ନେଇଛନ୍ତି l ଶେଷରେ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ ଧନ୍ୟବାଦ ଅର୍ପଣ କରି ନିଜ ବକ୍ତବ୍ୟରେ ଆଜିର ରାଜନେତା ଏବଂ ଜନ ସାଧାରଣ ନିଜ ସ୍ୱାର୍ଥକୁ ତ୍ୟାଗ କରି ସମାଜର ମଙ୍ଗଳ ପାଇଁ କାର୍ଯ୍ୟ କରିବା ନିମିତ୍ତ ଜିଲ୍ଲା ବାସୀଙ୍କୁ ଆହ୍ୱାନ ଦେଇଥିଲେ l

Leave a Reply

Your email address will not be published. Required fields are marked *