Spread the love

ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି ଓ ମହିଳା ଆରୋଗ୍ୟ ସମିତିର ଜିଲ୍ଲା ସ୍ତରୀୟ ବାର୍ଷିକ ସମ୍ମିଳନୀ

ଅନୁଗୋଳ ୨୪/୬ ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି ଓ ମହିଳା ଆରୋଗ୍ୟ ସମିତିର ଜିଲ୍ଲାସ୍ତରୀୟ ବାର୍ଷିକ ସମ୍ମିଳନୀ ଅନୁଗୋଳ ସଭାଘର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାନ୍ୟବର ପାଲଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୂହମ୍ମଦ ଅଖତର, ଅନୁଗୋଳ ପୌର ପାଳିକା ଅଧ୍ୟକ୍ଷ ଶ୍ରୀଯୁକ୍ତ ଅକ୍ଷୟ ସାମନ୍ତ, ଆଇ ଏ ଏସ ପ୍ରୋବେସନର କସ୍ତୁରୀ ସି, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡଃ ଗୌରୀ ଶଙ୍କର ବଳ, ମାନ୍ୟବର ଛେଣ୍ଡିପଦା ବିଧାୟକଙ୍କ ପ୍ରତିନିଧି ଶ୍ରୀ ଚୌଧୁରୀ ପ୍ରଧାନ ପ୍ରମୁଖ ଯୋଗ ଦେଇ ଆଶାକର୍ମୀ, ଅଙ୍ଗନବାଡି କର୍ମୀ ମାନେ ଯଥାର୍ଥରେ ସମାଜକୁ ଆଶାର କିରଣ ପ୍ରଦାନ କରିବା ସହ ବହୁ ମୂଲ୍ୟବାନ ଜୀବନ ବଞ୍ଚେଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ବୋଲି ପ୍ରକାଶ କରିବା ସହିତ ଜରୁରୀ କାଳୀନ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଶାକର୍ମୀଙ୍କ ପ୍ରମୁଖ ଭୂମିକା ଖାସ କରି ଦୁର୍ଗମ ଅଞ୍ଚଳରେ ସେମାନଙ୍କ ସକ୍ରିୟ ସେବା ପ୍ରଦାନ ଉଚ୍ଚ ପ୍ରଶଂସନୀୟ ବୋଲି ମତବ୍ୟକ୍ତ କରିଥିଲେ । ତୃଣମୂଳ ସ୍ତରରେ ବହୁମୂଲ୍ୟ ସେବା କରିଥିବା ୪ ଜଣ ଆଶାକର୍ମୀ, ୮ଟି ଗାଁ କଲ୍ୟାଣ ସମିତି ,୮ ଟି ଜନ ଆରୋଗ୍ୟ ସମିତି, ୩୯ ଟି ସହରାଞ୍ଚଳର ମହିଳା ଆରୋଗ୍ୟ ସମିତି ସହ ଆର୍ଥିକ ଅନୁଦାନକୁ’ ସୁବିନିଯୋଗ ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମୂହ ଓ ଗୁଣବତ୍ତା ମାନଙ୍କ ଆକଳନରେ କୃତିତ୍ଵ ପାଇଥିବା ବିଭିନ୍ନ ବ୍ଲକର ସ୍ବାସ୍ଥ୍ୟ ଅନୁଷ୍ଠାନ ଗୁଡିକୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି ଅବସରରେ ସ୍ବାସ୍ଥ୍ୟ ସେବା ସଂପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ କୁଇଜ କାର୍ଯ୍ୟକ୍ରମ ସହ ସ୍ବାସ୍ଥ୍ୟ ଶିକ୍ଷା ପ୍ରଦର୍ଶନୀ ଷ୍ଟଲ ଖୋଲାଯାଇଥିଲା ।

ଆଶାକର୍ମୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ । ଜିଲ୍ଲା ଆଶା ପରିଚାଳିକା ଶ୍ରୀମତୀ ବିକାଶିନୀ ପରିଡା କାର୍ଯ୍ୟକ୍ରମର ସଂଚାଳନା କରିଥିବାବେଳେ ଜନସଂଚାର ଅଧିକାରୀ ଶ୍ରୀମତୀ ପୁଷ୍ପଲତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧ୍କାରୀ ପରିବାର କଲ୍ୟାଣ ଡଃ ଅନ୍ତର୍ଯ୍ୟାମୀ ମିଶ୍ର, ଜୀଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡଃ ଧନଞ୍ଜୟ ବେହେରା, ଜିଲ୍ଲା ମ୍ୟାଲେରିଆ ଅଧୁକାରୀ ଡଃ ପୂର୍ଣ୍ଣିମା ଉଦଗାତା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଗୌରୀ ଶଙ୍କର ବେହେରା, ସ୍ବାସ୍ଥ୍ୟ ମିଶନ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳିକା ସୌମ୍ୟା ରାଣୀ ଗୌଡ଼, ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ଗାଁ କଲ୍ୟାଣ ସମିତିର କର୍ମକର୍ତ୍ତା, ବିଭିନ୍ନ ସି.ଏଚ୍.ସି.ର ମେଡିକାଲ୍ ଅଫିସର, ସ୍ବାସ୍ଥ୍ୟ କର୍ମଚାରୀ ଓ ଗଣମାଧ୍ୟମର ପ୍ରତିନିଧ୍ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *