{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଆଶା ଫାଉଣ୍ଡେସନ୍ ପକ୍ଷରୁ ୨୫ତମ ପ୍ରତିଷ୍ଠା ଦିବସ ଓ ଏନ୍ ସି ଡି ଏ ର ଅଷ୍ଟମ ବାର୍ଷିକ ଉତ୍ସବ ପାଳନ ଅବସରରେ ଅଡିସନ୍ ପାଇଁ ବିଜ୍ଞପ୍ତି ପ୍ରକାଶ

ଅନୁଗୋଳ/ବଅଁରପାଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଆଶା କମ୍ପ୍ଲେକ୍ସ ପରିସରରେ ବିଭିନ୍ନ ପ୍ରତିଯୋଗିତା ଅଡିସନ୍ ପାଇଁ ଆବେଦନ ଗ୍ରହଣ ଆରମ୍ଭ ହୋଇଛି। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଭିନ୍ନ ପ୍ରତିଯୋଗିତା ଗୁଡିକରେ ଭାଗ ନେବା ପାଇଁ ପ୍ରତିଯୋଗୀ ମାନଙ୍କ ଠାରୁ ଆବେଦନ ପତ୍ର ଗ୍ରହଣ କରାଯାଉଛି। ଇଚ୍ଛୁକ ପ୍ରତିଯୋଗୀ ମାନେ ଡ୍ରଇଂ, କମେଡି, ଅଭିନୟ, ଏକକ ନୃତ୍ୟ, ଗ୍ରୁପ ଡାନ୍ସ, କଲରିଂ, ଝୋଟି, ରଙ୍ଗୋଲି, ଗୃହଲକ୍ଷ୍ମୀ, ଷ୍ଟାଣ୍ଡ୍ ଅପ୍ କମେଡି ଭଳି ବିଭିନ୍ନ ପ୍ରତିଯୋଗିତା ଗୁଡିକ ଅନୁଷ୍ଠିତ ହେବ। ଆସନ୍ତା 5 ତାରିଖ ଜାନୁଆରୀ ମାସ 2025 ରୁ ପ୍ରତିଯୋଗୀତା ପାଇଁ ଅଡିସନ୍ ଆରମ୍ଭ ହେବ। ଅନୁଷ୍ଠାନ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଗ୍ରାଣ୍ଡ ସେଲେବ୍ରେସନ ୧୧/୦୧/୨୦୨୫ ତାରିଖରେ ଅନୁଷ୍ଠିତ ହେବ। ଏଥିରେ କୃତି ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଓ କ୍ୟାସ୍ ପ୍ରାଇଜ୍ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ଅଧିକ ବିବରଣୀ ପାଇଁ ମୋବାଇଲ – ୯୪୩୭୩୮୨୫୯୪, ୯୯୩୭୭୨୦୩୦୧, ୮୦୯୩୬୧୮୧୩୯ ନମ୍ବରରେ ସମ୍ପର୍କ କରନ୍ତୁ।

Leave a Reply

Your email address will not be published. Required fields are marked *