{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false}
Spread the love

ଖବର ଆଜିର, ୧୮ ଡିସେମ୍ବର, ବୁଧବାର

ଆଜି ଓ କାଲି ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା। ଆଜିଠୁ ଶୀତ କମିପାରେ

ଆଜି ପୁରୀ ରେ ମହାପ୍ରଭୁଙ୍କ ଦିବା ପହୁଡ ନୀତି ପାଇଁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ବନ୍ଦ ରହିବ

ଆସନ୍ତା ବର୍ଷ ରଥଯାତ୍ରା ପାଇଁ ରଥ କାଠ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ଆଠ ହଜାର ପଞ୍ଚାୟତରେ ଖୋଲିବ ଆଦର୍ଶ ବିଦ୍ୟାଳୟ,ପୂରଣ ହେବ ୧.୫ଲକ୍ଷ ଶିକ୍ଷକ ପଦ

୨୦ ତାରିଖରେ ରେ ଆୟୁଷ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ସ୍ବାସ୍ଥ୍ୟ ବିଭାଗ ସହିତ ଆଲେଚନା ବିଫଳ

ଭଦ୍ରକ ଆରଡ଼ି ଆଖଣ୍ଡଳମଣିଙ୍କୁ ଲାଗି ହେଲା ଧନୁମୁଆଁ ଭୋଗ, ମାସକ ପାଇଁ ପହିଲି ଅନ୍ନନୀତି ଭୋଗ ଆରମ୍ଭ

ନବରଙ୍ଗପୁର ବିଭିନ୍ନ ମଣ୍ଡିରୁ ଉଠି ପାରିଲାନି ଧାନ, ଛତିଶଗଡ଼ରେ ବିକ୍ରି ପାଇଁ ଅନୁମତି ମାଗିଲେ ଚାଷୀ

କଳାହାଣ୍ଡି ଜିଲ୍ଲାରେ ଥରିଲା କୋକସରା ଅଞ୍ଚଳ, ଭୂମିକମ୍ପ ଭୟରେ ଘରୁ ବାହାରିଲେ ଲୋକେ।

ବଡ଼ମ୍ବା ଚିନିକଳ ନୂଆ ରୂପ ପାଇବ, ପୁନଃରୁଦ୍ଧାର ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ।

ଭୁବନେଶ୍ଵର ଏମ୍ସ ହସ୍ପିଟାଲରେ ଅର୍ଥୋପେଡିକ୍ ଓ୍ବାର୍ଡରେ ବୃଦ୍ଧ ରୋଗୀଙ୍କ ଆତ୍ମହତ୍ୟା ଅଭିଯୋଗ

କଟକ ଯୋବ୍ରା ମହାନଦୀରୁ ମିଳିଲା ରେଭେନ୍ସା ଅବସରପ୍ରାପ୍ତ ପ୍ରଫେସର ବୈଷ୍ଣବ ଚରଣ ସିଂହଙ୍କ ମୃତଦେହ

ଚଳଚ୍ଚିତ୍ର ନିର୍ମାତା-ଅଭିନେତା ସୁରେନ୍ଦ୍ର ଖୁଣ୍ଟିଆଙ୍କ ଦେହାନ୍ତ

ବ୍ରିଜ ଆଣ୍ଡ ରୁଫ ସଂସ୍ଥା ଲାଞ୍ଚ ମାମଲାରେ ଦିଲ୍ଲୀ ସିବିଆଇରେ ହାଜର ହେବେ ବିଷ୍ଣୁପଦ ସେଠୀ। ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରୁ ହଟାଗଲା

ବ୍ରହ୍ମପୁର ଗୋପାଳପୁର ରୋଲାଣ୍ଡ ଫାର୍ମାସିଷ୍ଟ କଲେଜରେ ଛାତ୍ରୀ ଆତ୍ମହତ୍ୟା ମାମଲାରେ ଯୁବକ ବନ୍ଧୁ ଗିରଫ

ନବରଙ୍ଗପୁର ରେ ଭତ୍ତା ଆଣିବାକୁ ଯାଇଥିଲେ, ଇନ୍ଦ୍ରାବତୀରେ ବୁଡ଼ିଗଲେ ବୃଦ୍ଧ

ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅଞ୍ଚଳରେ ସପ୍ତାହିକ ହାଟରୁ ଅଧାପୋଡା ମୃତଦେହ ଉଦ୍ଧାର

କଟକ ଜିଲ୍ଲା ଆଠଗଡ-ମୁଣ୍ଡଳୀ ଭାୟା କନ୍ଦରପୁର ରାସ୍ତା ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁଁ ବାରମ୍ବାର ଦୁର୍ଘଟଣା, ଲୋକଙ୍କ ଦ୍ୱାରା ରାସ୍ତା ଅବରୋଧ

ସୁନ୍ଦରଗଡ ଲାଠିକଟାରେ ବନ୍ଦ ରେଳଫାଟକ ତଳେ ଗଳି ଲାଇନ୍ ପାର୍‌ ହେଲାବେଳେ ‌ଟ୍ରେନ୍‌ ଧକ୍କାରେ ଦୁଇ ମୃତ, ତିନିଜଣ ଗୁରୁତର

କଟକ ଆଠଗଡରେ ଦେଶୀ ମଦ ଓ ସ୍କୁଟି ଜବତ, ଦୁଇ ଗିରଫ

ନବରଙ୍ଗପୁର ସୀମାନ୍ତରେ କଲରାପତରିଆ ଆକ୍ରମଣରେ ଶିଶୁ ଓ ଯୁବକ ଘାଇଲା, ପିଟିପିଟି ମାରିଦେଲେ ଗାଁ ଲୋକ

ସୁନ୍ଦରଗଡ ବଣାଇରେ ବାଇକ୍‌ ଆରୋହୀ ରାସ୍ତାକଡ଼ରେ ଥିବା ଲୁହା ଆଙ୍ଗେଲକୁ ଧକ୍କା ଦେଇ ଜୀବନ ହରାଇଲେ

ଆସନ୍ତା ୨୦ରେ ବଡ ପରଦାରେ ନଜର ଆସିବ ନୂଆ ଓଡିଆ ଚଳଚ୍ଚିତ୍ର “ଅକ୍ସିଜେନ୍”

ବାଲେଶ୍ୱରର ଝିଅ ମେଧା ନାୟକ ରାଜ୍ୟ ପାଇଁ ଆଣିଲେ ଗର୍ବ, ରୁଷର ବୈଜ୍ଞାନିକ ସମ୍ମିଳନୀରେ ପ୍ରତିନିଧିତ୍ୱ କଲେ

ମଧ୍ୟପ୍ରଦେଶ ଇନ୍ଦୋରରେ ନୂଆ ନିୟମ, ଭିକ ଦେଲେ ଜେଲ୍‌ ଯିବେ

ଲୋକସଭାରେ ପାରିତ ହେଲା ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଧେୟକ। ଭୋଟ୍ ଦେଲେନି ୧୧ ବିଜେପି ସାଂସଦ

ଅଷ୍ଟ୍ରେଲିଆ ଟେଷ୍ଟରେ ଲଜ୍ଜ୍ୟାଜନକ ଫଲୋଅନରୁ ବଞ୍ଚିବା ପରେ ଡ୍ରେସିଂରୁମ୍‌ରେ ଭାରତୀୟ ଦଳର ଉତ୍ସବ, ଭିଡ଼ିଓ ଭାଇରାଲ

ମିଛ ଦାବି ଯୋଗୁଁ ୪୫ କୋଚିଂ ସେଣ୍ଟର ବିରୋଧରେ କେନ୍ଦ୍ରର ଆକ୍ସନ, ୬୧ ଲକ୍ଷ ଟଙ୍କା ଜରିମାନା ଆଦାୟ

ବିନା ଭିସାରେ ଚୀନ୍‌ରେ ପ୍ରବେଶ କରିପାରିବେ ୫୪ ଦେଶର ନାଗରିକ, ତାଲିକାରେ ନାହିଁ ପାକିସ୍ତାନର ନାମ

ମସ୍କୋରେ ବିସ୍ଫୋରଣ, ରୁଷ୍‌ ର ଆଣବିକ ସୁରକ୍ଷା ବାହିନୀ ମୁଖ୍ୟ ମୃତ

ଆଜି ସଂଖ୍ୟାଲଘୁ ଅଧିକାର ଦିବସ
ଅନ୍ତର୍ଜାତୀୟ ବିସ୍ଥାପିତ/ ଶରଣାର୍ଥୀ ଦିବସ
ଆଜି ଆରବୀ ଭାଷା ଦିବସ

ଆଜି ଜନ୍ମଦିନ: ଗୁରୁ ଘାସି ଦାସ, ସରବଜିତ ସିଂ, ବରଖା ଦତ୍ତ, ବିଜୟ ମାଲ୍ୟା, ଶାଶ୍ୱତ ଯୋଶୀ

ଇତିହାସରେ ଆଜି: (୧୩୯୮) ମୋଗଲ ଶାସକ ତିମୁର ଦ୍ୱାରା ଦିଲ୍ଲୀ ସିଂହାସନ ଅକ୍ତିଆର/ (୧୭୮୭) ନିଉ ଜର୍ସି ରେ ଆମେରିକା ସମ୍ବିଧାନ ଲାଗୁ/ (୧୯୧୪) ବ୍ରିଟିଶ ଦ୍ୱାରା ଇଜିପ୍ଟ ଅକ୍ତିଆର/ (୧୯୬୦) ଦିଲ୍ଲୀରେ ଜାତୀୟ ମ୍ୟୁଜିୟମ ଉଦଘାଟିତ/ (୧୯୬୯) ଇଂଲଣ୍ଡ ରେ ମୃତ୍ଯୁଦଣ୍ଡ ଉଚ୍ଛେଦ/ (୧୯୮୯) ସଚିବ ଟେନ୍ଦୁଲକର ପ୍ରଥମ କ୍ରିକେଟ ଟେଷ୍ଟ ଖେଳିଲେ/ (୨୦୦୮) ବ୍ରାହ୍ମସ ମିସାଇଲ ର ସଫଳ ପରୀକ୍ଷା

Leave a Reply

Your email address will not be published. Required fields are marked *