Spread the love

( ଆଶ୍ରିବାଦ ସେବା ସଂଗଠନ ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

)

ଜଗତସିଂହପୁର
ତା =17/3/23

ଜଗତସିଂହପୁର ଜ଼ିଲ୍ଲା ର ଅଗ୍ରଣୀ ସ୍ଵେଛାସେବୀ ସଂଗଠନ ଆଶିର୍ବାଦ ସେବା ସଂଗଠନ ପକ୍ଷରୁ ସ୍ଥାନୀୟ ହାଟ ବଜାର ଠାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏଥିରେ ସଂଗଠନ ର ସମସ୍ତ କର୍ମକର୍ତ୍ତା ଯୋଗଦେଇ ପରସ୍ପର ମଧ୍ୟ୍ୟ ରେ ବନ୍ଧୁତ୍ୱ,ଭାଇଚାରା, ଉତ୍ତମ ବୁଝାବଣା,ଶାନ୍ତି ଶୃଙ୍ଖଳା ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଉପସ୍ଥିତ ସମସ୍ତ ସଦସ୍ୟ ସଦସ୍ୟା ନିଜ ନିଜର ସାଙ୍ଗଠନିକ ଅନୁଭୁତି ସମ୍ପର୍କ ରେ ଉଦବୋଧନ ଦେବା ସହିତ ଆଶିର୍ବାଦ ସେବା ସଂଗଠନର ଲୋକାଭିମୁଖୀ କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ସଂଗଠନର ସଭାପତି ଜଗନ୍ନାଥ ବେହେରା, ବିଗତ ଦିନର କାର୍ଯ୍ୟପନ୍ଥା ସମ୍ପର୍କ ରେ ସମସ୍ତ ବନ୍ଧୁ ମାନଙ୍କୁ ଅବଗତ କରାଇଥିଲେ। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଉପଦେଷ୍ଟା ହିମାଂଶୁ ଶେଖର ଆଚାର୍ଯ୍ୟ, ଦୈତାରୀ ଭୋଇ, ପ୍ରଦିପ ଦାସ,ତୁଷାର ଦାସ, ନିରୁପମା ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *