Spread the love

ଭୁବନେଶ୍ୱର: ଡିପ୍ଲୋମା ଇନ୍‌ ଏଲିମେଣ୍ଟାରୀ ଏଜୁକେସନ(ଡିଇଆଇଇଡି) ତଥା ସିଟି ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୨୭ ତାରିଖରୁ (ବୁଧବାର) ଅନ୍‌ଲାଇନ ଆବେଦନ ହେବ । ଆସନ୍ତା ଜୁନ୍‌ ୧୮ ତାରିଖ ଯାଏ ଆବେଦନ ପତ୍ର ଗ୍ରହଣ କରାଯିବ । ୧୯ରୁ ୨୦ ତାରିଖ ମଧ୍ୟରେ ଆବେଦନକାରୀମାନେ ନିଜର ଆବେଦନପତ୍ରକୁ ଚାହିଁଲେ ସଂଶୋଧନ କରିପାରିବେ ।

ଏହି ନାମଲେଖା ପାଇଁ ଆବେଦନକାରୀମାନେ କମ୍ପ୍ୟୁଟର ବେସଡ୍‌ ଟେଷ୍ଟ (ସିବିଟି) ମୋଡ୍‌ରେ ପ୍ରବେଶିକା ପରୀକ୍ଷା ହେବ । ଏନେଇ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ଏସ୍‌ସିଇଆର୍‌ଟି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି, ୨୦୨୬-୨୮ ଶିକ୍ଷାବର୍ଷର ନାମଲେଖା ହେବ । ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା କରାଯିବ । ଏଥିପାଇଁ ରାଜ୍ୟର ୬୮ଟି ଶିକ୍ଷାନୁଷ୍ଠାନ ରହିଛି । ଏଠାରେ ୬ ହଜାର ୫୫୦ଟି ସିଟ୍‌ ରହିଛି । ପ୍ରବେଶିକା ପରୀକ୍ଷା ସଂପର୍କିତ ସୂଚନା ଆବେଦନକାରୀଙ୍କ ମୋବାଇଲ୍‌ ନମ୍ବର, ଇମେଲ୍‌ ଓ ବିଜ୍ଞାପନ ଦ୍ୱାରା ଜଣାଇଦିଆଯିବ । ଆବେଦନ ସମୟରେ କୌଣସି ସମସ୍ୟା ହେଲେ ଛାତ୍ରଛାତ୍ରୀମାନେ ଟୋଲ୍‌ ଫ୍ରି ନମ୍ବର ୧୫୫୩୩୫/୧୮୦୦୩୪୫୬୭୭୦ରେ ଯୋଗାଯୋଗ କରିପାରିବେ ।

Leave a Reply

Your email address will not be published. Required fields are marked *