Spread the love

ଭୁବନେଶ୍ୱର/ସୁନ୍ଦରଗଡ଼: ଆୟବହିର୍ଭୂତ ସମ୍ପତ୍ତି ଠାବ ମାମଲାରେ ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ସୁନ୍ଦରଗଡ଼ ଜଳଛାୟା ପ୍ରକଳ୍ପର ଉପନିର୍ଦ୍ଦେଶକ ପ୍ରସନ୍ନ କୁମାର ପାତ୍ର। ମୃତ୍ତିକା ସଂରକ୍ଷଣ ବିଭାଗର ଉପନିର୍ଦ୍ଦେଶକ ତଥା ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ପାତ୍ରଙ୍କୁ ଗିରଫ କରିବା ପରେ ଆଜି ସୁନ୍ଦରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ଅଦାଲତରେ ହାଜର କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ଭିଜିଲାନ୍ସ ପକ୍ଷରୁ ତାଙ୍କର ବିଭିନ୍ନ ସମ୍ପତ୍ତି ଓ ଠିକଣାରେ ଚଢ଼ାଉ କରାଯିବା ପରେ ବିପୁଳ ପରିମାଣର ଆୟବହିର୍ଭୂତ ସମ୍ପତ୍ତି ଠାବ ହୋଇଛି। ଏଥିରେ ଭୁବନେଶ୍ୱରରେ ୪ଟି ବହୁତଳ କୋଠା ଓ ଗୋଟିଏ ଫ୍ଲାଟ୍‌, ୭ଟି ମୂଲ୍ୟବାନ ପ୍ଲଟ୍‌, ୨୧୨ ଗ୍ରାମ୍‌ ସୁନା, ବ୍ୟାଙ୍କ ଓ ଅନ୍ୟାନ୍ୟ ଜମା ଆକାରରେ ୧ କୋଟି ୪୬ ଲକ୍ଷ ଟଙ୍କା ଏବଂ ନଗଦ ୧ ଲକ୍ଷ ୨୯ ହଜାର ଟଙ୍କା ରହିଛି।

ଭିଜିଲାନ୍ସର ସୂଚନା ଅନୁସାରେ, ଏହି ସମ୍ପତ୍ତିର ଉତ୍ସ ସମ୍ପର୍କରେ ପାତ୍ର ସନ୍ତୋଷଜନକ ଭାବେ ସ୍ପଷ୍ଟୀକରଣ ଦେଇପାରିନଥିଲେ। ଏହାକୁ ନେଇ ରାଉରକେଲା ଭିଜିଲାନ୍ସ ଥାନାରେ କେସ୍‌ ନମ୍ବର ୧୩/୨୦୨୬ ଅନୁଯାୟୀ ଦୁର୍ନୀତି ନିବାରଣ ଆଇନରେ ମାମଲା ରୁଜୁ ହୋଇଛି।

ଘଟଣାର ତଦନ୍ତ ଏବେ ଜାରି ରହିଛି।

#OdishaVigilance #PrasannaKumarPatra #DisproportionateAssets #DACase #Sundargarh #OdishaNews #VigilanceRaid #JagratBharatNews

Leave a Reply

Your email address will not be published. Required fields are marked *