Spread the love

ଇଣ୍ଡିଆ ମେଣ୍ଟ ର 12ଘଣ୍ଟିଆ ଶାନ୍ତି ପୂର୍ଣ୍ଣ ବନ୍ଧ ପାଳନ,.

କଳାହାଣ୍ଡି ଜୁନାଗଡ଼ 8/10/(ବାଲେଶ୍ୱର ସୁନାନୀ ଜାଗ୍ରତ ଭାରତ ନୀୟୁଜ )ଇଣ୍ଡିଆ ମେଣ୍ଟ ଡାକରାରେ ଆଜି ଓଡିଶା ବନ୍ଦ ପାଳନ କରୁଥିବା ବେଳେ, ଜୁନାଗଡ଼ ସହର ରେ ମଧ୍ୟ ଶାନ୍ତିପୂର୍ଣ ବନ୍ଦ ପାଳନ କରିବା ଦୃଶ୍ୟ ସାମ୍ନାକୁ ଆସିଛି, ଏହିବନ୍ଧ ପାଳନରେ ଇଣ୍ଡିଆ ମେଣ୍ଟ, କଂଗ୍ରେସ ଦଳ ସମେତ ବାମ ଦଳ (ସି,ପି,ଆଇ, )ଫରୱାର୍ଡ ବ୍ଲକ, ସମାଜବାଦୀ ପାର୍ଟି,ସମେତ ଯୋଗ ଦେଇ, ରାଜରାସ୍ତା ରେ ମିଳିତ ଭାବରେ ବିରାଟ ପଟୁଆର ନେଇ ହିଞ୍ଜିଳି ବାହିଲି ଠାରୁ ହାତୀନଦୀ ପର୍ଯ୍ୟନ୍ତ ବିଭିନ୍ନ ଦାବି କୁଡ଼ିକର ସ୍ଲୋଗାନ ଦେଇ ବନ୍ଦ ପାଳନ ର ଦୃଶ୍ୟ ପ୍ରଭାବିତ କରିଛି, ଉକ୍ତ ବନ୍ଦ ପାଳନ ରେ ଜୁନାଗଡ଼ ସହରର ଦୋକାନ ବଜାର, ଜାନ ବାହାନ, ଅଫିସ ଦପ୍ତର ବନ୍ଦ ରହିଥିଲା, ଏପରିପେକ୍ଷୀ ରେ ଅନେକ ଯାତ୍ରୀବାହି ବସ , ମାଳବାହି ଟ୍ରକ,ଗୁଡିକ ରାସ୍ତା କଡ଼ରେ ସହ ସହ ସଂଖ୍ୟାରେ, ଅଟକି ରହିଥିବାବେଳ ଦୂର ଦୁରନ୍ତରୁ ଆସିଥିବା ଯାତ୍ରୀ ନାହଁ ନଥିବା ଅସୁବିଧା ର ସମୂଖିନ ହେବାର ଦେଖିବା କୁ ମିଳିଛି, ଏହି ଶାନ୍ତିପୂର୍ଣ୍ଣ ବନ୍ଦ ଡାକରାରେ (ଏମ ଏମ ଡି ଆର ) ଆଇନ ସଂଶୋଧନ ରଦ୍ଧ କରିବା, ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର ଙ୍କ ଇସ୍ଥାଫା, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଇସ୍ଥାଫା, ୟୁପିଆଇ ଲେଣ ଦେଣ ରେ ବର୍ଦ୍ଧିତ ଏମଡିଆର ନିୟମ ପ୍ରତିହାର ଏବଂ ବନ୍ୟା ପ୍ରଭାବିତ ଅଞ୍ଚଳର ଚାଷୀଙ୍କୁ କ୍ଷତିପୂରଣ ଦାବିରେ ଇଣ୍ଡିଆ ମେଣ୍ଟ ର ସମସ୍ତ ସ୍ଥାନୀୟ ପ୍ରତିନିଧି ଯୋଗ ଦେଇ ବନ୍ଦ ପାଳନ କରିଥିଲେ |

Leave a Reply

Your email address will not be published. Required fields are marked *