Spread the love

ସମ୍ବଲପୁର ଜିଲ୍ଲା (ତା -୮-୧୦-୨୦୨୬)କୁଚିଣ୍ଡା କଲେଜ ରେ ବୃକ୍ଷ ରୋପଣ ଓ ବନ୍ୟପ୍ରାଣୀ ସପ୍ତାହ ପାଳିତ। ସମ୍ବଲପୁର ପ୍ରତିନିଧି ନରେନ୍ଦ୍ର ସାହୁ ଜାଗ୍ରତ ଭାରତ ନିଉଜ।ମହିଳା କନିଷ୍ଠ କଲେଜରେ ଦିବସ ବ୍ୟାପୀ ଜାତୀୟ ବନ୍ୟ ପ୍ରାଣୀ ସପ୍ତାହ,ବୃକ୍ଷ ରୋପଣ କଲେ ଛାତ୍ରୀ

କୁଚିଣ୍ଡା:୭/୧୦: କୁଚିଣ୍ଡା ସ୍ଥିତ ମହିଳା କନିଷ୍ଠ ମହା ବିଦ୍ୟାଳୟ ପରିସରରେ ଜାତୀୟ ବନ୍ୟ ପ୍ରାଣୀ ସପ୍ତାହ ଓ ଏହି ଉପଲକ୍ଷେ ଛାତ୍ରୀ ମାନେ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।କଲେଜ୍ ସଭା ଗୃହରେ ଅଧ୍ୟକ୍ଷ ଅଧିକାରୀ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଅବସର ପ୍ରାପ୍ତ ଅଧ୍ୟକ୍ଷ,ପରିବେଶବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବନ୍ୟ ପ୍ରାଣୀଙ୍କ ସୁରକ୍ଷା ହିଁ ପରିବେଶର ସୁରକ୍ଷା ବୋଲି କହିଥିଲେ ।ସାମାଜିକ କର୍ମୀ,ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କରୁଣାକର କିସାନ ମୁଖ୍ୟବକ୍ତା ଓ ଅବସରପ୍ରାପ୍ତ ଉଦ୍ୟାନ ବିଭାଗ ଯନ୍ତ୍ରୀ ରବୀନ୍ଦ୍ର କୁମାର ଦାସ ସମ୍ମାନିତ ଅତିଥିଭାବରେ ଯୋଗ ଦେଇ ଥିଲେ ।ପ୍ରାରମ୍ଭରେ କଲେଜ୍ ର ଏନ୍. ଏସ. ଏସ. ପ୍ରୋଗ୍ରାମ ଅଫିସର୍ ଅଧ୍ୟାପିକା ସସ୍ମିତା କୁମାରୀ ନାଏକ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଅତିଥି ଗଣ ମା ସମଲେଶ୍ୱରୀ ଓ ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ର ମାଲ୍ୟାର୍ପଣ ଓ ଦୀପ ଜଳାଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । କଲେଜ୍ କର୍ମଚାରୀ ତିକେଶ୍ୱର୍ ସାହୁ, ଛାତ୍ରୀ ପଦ୍ମିନୀ ପଧାନ, ସୋନାଲି ଟପୋ, କୁମାରୀ କିଷାନ୍,ଜ୍ୟୋତିର୍ମୟୀ ଖଡ଼ିଆ, ବର୍ଷା କବାଟ,ବିନୋଦିନୀ ଦେହୁରୀ,ଲୁସି ରାଣୀ ଦେହୁରୀ,ସରିତା ବିଶ୍ୱାଳ,ବିଦେଶିନୀ ବାଘ୍ ପ୍ରମୁଖ ଙ୍କ ନେତୃତ୍ୱରେ ଉପସ୍ଥିତ ଦୁଇ ଶହରୁ ଊର୍ଦ୍ଧ୍ବ ଛାତ୍ରୀ ବୃକ୍ଷରୋପଣ କରିଥିଲେ ।

ନିଜ ନିଜ ଜନ୍ମ ଦିନରେ ଚ।ରା ରୋପଣ କରି ତାକୁ ବଞ୍ଚାଇ ରଖିବା ଓ ବନ୍ୟ ପ୍ରାଣୀ ଙ୍କୁ ଭଲ ପାଇବା ପାଇଁ ସମସ୍ତଙ୍କୁ ମୁଖ୍ୟ ଅତିଥି ଶ୍ରୀ ନାୟକ ଶପଥ ପାଠ କରାଇଥିଲେ ।ଶେଷରେ ରେଡକ୍ରସ ଅଧିକାରୀ ଅଧ୍ୟାପକ ଦିଲ୍ଲୀପ କୁମାର ବେହେରା ଧନ୍ୟବାଦ୍ ଜ୍ଞାପନ କରିଥିଲେ ।

Leave a Reply

Your email address will not be published. Required fields are marked *