Spread the love

ଆକ୍ସନ ମୁଡ୍‌ରେ ଇରାନର ସର୍ବୋଚ୍ଚ ନେତା। ଶନିବାର ଇରାନ ଓ ଏହାର ସହଯୋଗୀଙ୍କ ଉପରେ ହମଲାକୁ ନେଇ ଇସ୍ରାଏଲ ତଥା ଆମେରିକାକୁ କଡ଼ା ଜବାବ ଦେବାକୁ ଧମକ ଦେଇଛନ୍ତି ଅୟାତୁଲ୍ଲା ଅଲୀ ଖାମେନେଇ। ଯେଉଁମାନେ ଇରାନ ଏବଂ ଏହାର ସହଯୋଗୀମାନଙ୍କୁ ଆକ୍ରମଣ କରୁଛନ୍ତି ସେମାନଙ୍କୁ ଖୁବ୍ ଶୀଘ୍ର ଜବାବ ଦିଆଯିବ ବୋଲି ଖାମେନି କହିଛନ୍ତି।

ଅକ୍ଟୋବର ୨୬ରେ ଇରାନ ଉପରେ ଇସ୍ରାଏଲର ଆକ୍ରମଣର ଜବାବ ସମ୍ପର୍କିତ ପ୍ରଶ୍ନ ଉପରେ ଖାମେନିଙ୍କ ଏହି ବିବୃତି ଶନିବାର ଦିନ ଆସିଛି। ଇରାନର ଅଧିକାରୀମାନେ ମଧ୍ୟ ସାମରିକ ସ୍ଥଳକୁ ଟାର୍ଗେଟ କରି ଇସ୍ରାଏଲ ଆକ୍ରମଣର ଜବାବ ଦେବେ ବୋଲି କହିଛନ୍ତି । ଇରାନର ଗଣମାଧ୍ୟମ ଅନୁଯାୟୀ, ଖାମେନି କହିଛନ୍ତି, ଶତ୍ରୁ ଇସ୍ରାଏଲ ହେଉ କି ଆମେରିକା, ଯିଏ ଇରାନକୁ ଆଘାତ ଦେଉଛି ଏବଂ ପ୍ରତିରୋଧ କରୁଛି ତାକୁ ନିଶ୍ଚିତ ଭାବରେ ଉପଯୁକ୍ତ ଉତ୍ତର ମିଳିବ।

ଖାମେନି ଶନିବାର ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ସହିତ ମଧ୍ୟ ସାକ୍ଷାତ କରିଥିଲେ। ଏହି ଅବସରରେ ଖାମେନି ଇସ୍ରାଏଲ ଏବଂ ଆମେରିକା ବିରୋଧରେ ଆକ୍ରମଣାତ୍ମକ ହୋଇଥିବା ଦେଖିବାକୁ ମିଳିଥିଲା। ଖାମନେଇ ଇରାନର ସରକାରୀ ମିଡ଼ିଆ ଦ୍ୱାରା ଜାରି ଭିଡ଼ିଓରେ କହିଛନ୍ତି ,ଶତ୍ରୁ ଇହୁଦୀ ଶାସନ ହେଉ ବା ଆମେରିକା , ସେ ଯାହା କରୁଛନ୍ତି ଏହାର କଡ଼ା ଜବାବ ନିଶ୍ଚିତ ରୂପେ ମିଳିବ।

ସେ ଜବାବୀ କାର୍ଯ୍ୟାନୁଷ୍ଠାନର ସମୟ ବା ପରିସର ବିଷୟରେ ବିସ୍ତୃତ ଭାବେ କହି ନାହାନ୍ତି। ଆମେରିକାର ସେନା ପୂରା ପଶ୍ଚିମ ଏସିଆରେ ସକ୍ରିୟ ଅଛନ୍ତି। ଏହାର କିଛି ସୈନିକ ଏବେ ଇସ୍ରାଏଲରେ ଟର୍ମିନଲ ହାଇ ଅଲ୍ଟିଟ୍ୟୁଡ୍‌ ଏରିଆ ଡିଫେନ୍ସ (ଥାଡ) ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ପରିଚାଳନା କରୁଛନ୍ତି। ଖାମେନେଇ ( ୮୫) ପୂର୍ବର କିଛି ଟିପ୍ପଣୀରେ ଅଧିକ ସତର୍କତାର ଆଭିମୁଖ୍ୟ ଆପଣାଇ ଥିଲେ ଏବଂ କହିଥିଲେ କି ଅଧିକାରୀ ଇରାନର କାର୍ଯ୍ୟାନୁଷ୍ଠାନର ମୂଲ୍ୟାଙ୍କନ କରିବେ। ଇସ୍ରାଏଲର ହମଲାକୁ ବଢାଇ ଚଢାଇ ଦର୍ଶାଇବା ଉଚିତ ନୁହେଁ କି କମ୍ କରି କହିବା ଉଚିତ୍‌ ନୁହେଁ।

ହେଲେ ହମଲାର ପ୍ରଭାବକୁ ଲୁଚାଇବାର ଇରାନର ଚେଷ୍ଟା ବିଫଳ ହୋଇ ଯାଇଛି। ଆସୋସିଏଟେଡ୍ ପ୍ରେସ ଦ୍ୱାରା ବିଶ୍ଳେଷଣର ଉପଗ୍ରହର ଫଟୋରୁ ଜଣାପଡ଼ିଛି ଯେ, ହମଲାରେ ଦେଶର ବାଲେଷ୍ଟିକ ମିସାଇଲ କାର୍ଯ୍ୟକ୍ରମ ସହ ଜଡ଼ିତ ଏବଂ ତେହରାନ ପାଖରେ ଥିବା ସୈନ୍ୟ ଠିକଣାକୁ କ୍ଷତି କରିବା ତଥା ରିଭଲ୍ୟୁସନାରୀ ଗାର୍ଡର ଉପଗ୍ରହ ପ୍ରକ୍ଷେପଣ ସମ୍ୱନ୍ଧୀୟ ପ୍ରତିଷ୍ଠାନର ମଧ୍ୟ କ୍ଷତି ହୋଇଛି। ଇସ୍ରାଏଲର ହମଲାରେ ଇରାନର ହମାସ ଓ ହିଜବୁଲ୍ଲା ଭଳି ସହଯୋଗୀଙ୍କୁ ମଧ୍ୟ ଖୁବ୍‌ କ୍ଷତି ପହଞ୍ଚିଛି। ସେମାନଙ୍କ ଅନେକ ବରିଷ୍ଠ କମାଣ୍ଡରମାନଙ୍କ ମୃତ୍ୟୁ ହୋଇଛି।

Leave a Reply

Your email address will not be published. Required fields are marked *