Spread the love

ଉଚ୍ଚମାନର ସମ୍ପାଦନା ପାଇଁ ଅଧ୍ୟାପକ ସମ୍ମାନିତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଖଜୁରିଆକଟାସ୍ଥିତ ହିନ୍ଦୋଳ ମହାବିଦ୍ୟାଳୟ ଇତିହାସ ବିଭାଗର ମୁଖ୍ୟ ଡକ୍ଟର ମହେନ୍ଦ୍ର କୁମାର ସ୍ବାଇଁଙ୍କୁ ଆଇ ଏସ୍ ଡି ଆର୍ ପକ୍ଷରୁ ୨୦୨୫ ମସିହା ପାଇଁ “ବେଷ୍ଟ ଏଡିଟର୍ ଆୱାର୍ଡ଼ ” ପ୍ରଦାନ କରାଯାଇଛି l ଜାତୀୟ ସ୍ତରୀୟ ଜର୍ଣାଲ – ” ଜର୍ଣାଲ ଫର୍ ସୋସିଆଲ୍ ରିଅଲିଟି” ରେ ଉଚ୍ଚକୋଟିର ସମ୍ପାଦନା ନିମିତ୍ତ ତାଙ୍କୁ ସମ୍ମାନିତ କରାଯାଇଛି l ଡକ୍ଟର ସ୍ବାଇଁ କ୍ରମାଗତ ଭାବେ ୨୦୨୩ ମସିହା ଠାରୁ ୩ ବର୍ଷ ଧରି ଏହି ବିରଳ କୃତିତ୍ୱ ହାସଲ କରିବାରେ ସଫଳ ହୋଇଛନ୍ତି l ପ୍ରଚଣ୍ଡ ଧିଶକ୍ତି, ଅଦମ୍ୟ କର୍ତ୍ତବ୍ୟ ନିଷ୍ଠା ଓ ପ୍ରତିକୂଳ ସମୟ ମଧ୍ୟରେ ଡକ୍ଟର ସ୍ବାଇଁ ଏକ ଦଶନ୍ଧିରୁ ଉର୍ଦ୍ଧ ସମୟ ଧରି ଜଣେ ସଫଳ ଗବେଷକ , ଯୁବ ଐତିହାସିକ ସହ ଜଣେ କର୍ତ୍ତବ୍ୟନିଷ୍ଠ ଅଧ୍ୟାପକ ଭାବେ ପାରଦର୍ଶିତା ଲାଭ କରିଛନ୍ତି l ନିଜ କର୍ମମୟ ଜୀବନ ମଧ୍ୟରେ ସେ ୨୦ ରୁ ଉର୍ଦ୍ଧ ପୁସ୍ତକ ରଚନା ଓ ସମ୍ପାଦନା କରି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନିଜକୁ ପ୍ରତିପାଦନ କରିଛନ୍ତି l “ଜାତୀୟ ଶିକ୍ଷାନୀତି ୨୦୨୦” ଶୀର୍ଷକ ଜାତୀୟ ସ୍ତରୀୟ ଆଲୋଚନା ହେଉ କିମ୍ବା ଭାରତର ବିଭିନ୍ନ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟର ଗୁରୁ ଦକ୍ଷତା କାର୍ଯକ୍ରମ ହେଉ ,ସବୁଥିରେ ନିଜର ପାରଦର୍ଶିତା ଲାଭ କରିବାରେ ସକ୍ଷମ ହୋଇଛନ୍ତି l ତାଙ୍କର ଏହି କୃତିତ୍ୱ ପାଇଁ ସେ ହିନ୍ଦୋଳ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ପ୍ରଦୀପ କୁମାର ଧଳ ,ସମସ୍ତ ଅଧ୍ୟାପକ ମଣ୍ଡଳୀ ସମେତ ସମସ୍ତ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି l

Leave a Reply

Your email address will not be published. Required fields are marked *