Spread the love

ଉତ୍ତରକୁଳ ସରପଞ୍ଚଙ୍କ ଜେଜେମାଙ୍କ ପରଲୋକ

ବିଷୟ _____ ବିଂଝାରପୁର ବ୍ଳକ ଅନ୍ତର୍ଗତ ଉତରକୁଳ ପଞାୟତର ଗୋବିନ୍ଦପୁର ଗ୍ରାମର ସ୍ବର୍ଗତ ଅଇଁଠି ନାଥଙ୍କ ପତ୍ନୀ ତଥା ଉତ୍ତରକୁଳ ସରପଞ୍ଚ ପ୍ରୀତିକ୍ରିଷ୍ଣ ଜେନାଙ୍କ ଜେଜେମା ତଥା ସମାଜସେବୀ ପରୋପକାରୀ ଶାନ୍ତ ସ୍ବାଭାପର ଭାବେ ସାରା ବିଂଝାରପୁର ବ୍ଳକ ରେ ପରିଚିତ ଥିବା ଦୂର ନାଥ ୮୬ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି।ସେ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ମୃତ୍ୟୁ ଶଯ୍ୟ ନିକଟରେ ଚାରିପୁଅ ଶ୍ୟାମସୁନ୍ଦର ନାଥ,ଦାମୋଦର ନାଥ,ବିଦ୍ୟାଧର ନାଥ,ବାଙ୍କବିହାରୀ ନାଥ ଉପସ୍ଥିତ ଥିଲେ। ବିଞ୍ଝାରପୁର ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ ଉପାଧ୍ୟକ୍ଷ ସେକ ଏରସାଦ, ସମାଜସେବୀ କୈଳାସ ଚନ୍ଦ୍ର ସେଠୀ, ସମାଜସେବୀ ସୁରେନ୍ଦ୍ର ବେହେରା , ସମିତି ସଭ୍ୟ ରଞ୍ଜନ ମଲ୍ଲିକ , ମନ୍ତ୍ରୀ ପ୍ରମିଳା ମଲ୍ଲିକ, ସାମ୍ବାଦିକ ସରୋଜ କୁମାର ସାହୁ, ବିଂଝାରପୁର ସରପଞ୍ଚ ସଂଘର ସଭାପତି ନନ୍ଦକିଶୋର ମଲ୍ଲୀକ,ଜିଲ୍ଲା ପରିଷଦ ସଭ୍ୟ ନନ୍ଦକିଶୋର ସାମଲ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

ଯାଜପୁରରୁ ସରୋଜ ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *