Spread the love

ଉତ୍ତର କେନ୍ଦ୍ରୀୟ ପରିସର ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍‌ଯାପିତ

ଅନୁଗୁଳ:ସ୍ଥାନୀୟ ଇନ୍‌ଡୋର ଷ୍ଟାଡିମୟରେ ଆୟୋଜିତ ଏହି ଦୁଇ ଦିନିଆ ପ୍ରତିଯୋଗିତାରେ ଅନୁଗୁଳ, ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲାର ପୁଲିସ ସହିତ ପିଟିସି ଏବଂ ସିଆଇଏସ୍ଏଫ୍ ନିଜ ପ୍ରତିଭା ଦେଖାଇଛନ୍ତି।ହାତରେ ଠେଙ୍ଗା ଓ ବନ୍ଧୁକ ଧରୁଥିବା ପୁଲିସ ଅଧିକାରୀଙ୍କ ହାତରେ ଥିଲା ବ୍ୟାଡମିଣ୍ଟନ ମ୍ୟାକେଟ୍।ଅସାମାଜିକ ଲୋକଙ୍କ ବିରୋଧରେ ଲଢ଼ୁଥିବା ପୁଲିସ ନିଜ ନିଜ ଭିତରେ ଲଢ଼ୁଥିଲେ । ଏମିତି ଘମାଘୋଟ ଲଢ଼େଇ ସହ ଶେଷ ହୋଇଛି ଉତ୍ତର-କେନ୍ଦ୍ରାଞ୍ଚଳ ପୁଲିସ ରେଞ୍ଜ ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା।ପୁରୁଷ ଡବଲ୍ସରେ ଅନୁଗୁଳ ପିଟିସିର ହେମନ୍ତ କୁମାର ବିଲୁଙ୍ଗ ଓ ଲିଙ୍ଗରାଜ କିସାନ ଚାମ୍ପିଅନ ହୋଇଥିଲେ। ଦେବଗଡ଼ର ଜିତେନ୍ଦ୍ର ସାମଲ ଓ ସଚ୍ଚିଦାନନ୍ଦ ପାତ୍ର ରନର୍ସଅପ ହୋଇଥିଲେ |

ମହିଳାଡବଲ୍ସରେ ଅନୁଗୁଳ ପିଟିସର ସଙ୍ଗୀତା ଟପ୍ପା ଓ ଟିକିଲି ସେଠୀ ଚାମ୍ପିଅନ ହୋଇଥିଲେ | ଢେଙ୍କାନାଳ ପୁଲିସର ସନ୍ଧ୍ୟାରାଣୀ ବେହୁରିଆ ଓ ନଳିତା ମୋଦୀ ରନର୍ସ ଅପ୍ ହୋଇଥିଲେ । ଭେଟେରାନ ଡବଲ୍ସରେ ସିଆଇଏସ୍‌ଫ୍‌ର କେ. ଶିବ କୁମାର ଓ କେ. ଅନାଥ ଚାମ୍ପିଅନ ହୋଇଛନ୍ତି। ଏଥିରେ ଦେବଗଡ଼ ପୁଲିସର ଧୀରଜ ଚପାଦାର ଓ ଜିତେନ୍ଦ୍ର ସାମଲ ରନର୍ସ ଅପ୍‌ରେ ସନ୍ତୁଷ୍ଟ ହୋଇଥିଲେ। ସାଇବର୍ ସୁରକ୍ଷା ସଚେତନତା ଅଭିଯାନ ଅବସରରେ ଅନୁଗୁଳ ପୁଲିସ ପକ୍ଷରୁ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ବେଳେ ଏହାକୁ ଅତିଥିମାନେ ବେଶ୍ ପ୍ରଶଂସା କରିଥିଲେ। ଏହି ପ୍ରତିଯୋଗିତା ପୁଲିସ ଭିତରେ ବନ୍ଧୁତ୍ଵପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ସହ ଏକ ସୌହାଦ୍ୟପୂର୍ଣ୍ଣ ପରିବେଶ ଆଣିବ ବୋଲି ବିଧାୟକ ଶ୍ରୀ ପ୍ରଧାନ କହିଥିଲେ ।

ସେହିପରି ଅନ୍ୟତମ ଅତିଥିଭାବେ ଉତ୍ତର କେନ୍ଦ୍ରାଞ୍ଚଳ ରେଞ୍ଜ ଆଇଜି ସତ୍ୟବ୍ରତ ଭୋଇ, ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ, ଢେଙ୍କାନାଳ ଆରକ୍ଷୀ ଅଧୀକ୍ଷକ ଅଭିନବ ସୋନକର, ଅତିରିକ୍ତ ଜିଲାପାଳ ପ୍ରତାପ ପ୍ରିତିମୟ, ନାଲକୋ ଓ ଜେଏସପିଏଲର ଅଧିକାରୀ ମାନେ ଯୋଗ ଦେଇଥିଲେ। ପ୍ରତିଯୋଗିତା ସଫଳତାର ସହ ଶେଷ ହୋଇଥିବାରୁ ଏସ୍‌ପି ଶ୍ରୀ ରାହୁଲ ଜୈନ ସମସ୍ତ ପ୍ରତିଯୋଗୀଙ୍କୁ କୃତଜ୍ଞତା ଜଣାଇଥିଲେ ।

Leave a Reply

Your email address will not be published. Required fields are marked *