Spread the love

ଉନ୍ନୟନ କାର୍ଯ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ ଆଇ.ଟି.ଆଇ. ଏବଂ ପଲିଟେକ୍ନିକରେ ପଢିବେ ଅନ୍ୟୁନ ୫୦୦ ଜଣ ଛାତ୍ରୀ

ଢେଙ୍କାନାଳ, ତା. ୨୩.୦୫.୨୦୨୩

ଗତକାଲି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଓସୱାନ ହଲ ଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଉନ୍ନୟନ କାର୍ଯ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଥିବା ସମସ୍ତ ଆଇ.ଟି.ଆଇ. ଏବଂ ପଲିଟେକ୍ନିକରେ ଚଳିତ ମାସ ସୁଦ୍ଧା ଯେପରି ୫୦% (ଅନ୍ୟୁନ ୫୦୦ ଜଣ) ଛାତ୍ରୀ ନାମ ଲେଖାଇ ମାଗଣାରେ ପାଠ ପଢିପାରିବେ, ସେଥ୍‌ପାଇଁ ସମସ୍ତ ଉପଜିଲ୍ଲାପାଳ, ଶିକ୍ଷା ଅଧ୍ୟାକାରୀ, ବିଡିଓ, ପ୍ରଧାନ ଶିକ୍ଷକ ଏବଂ ସମ୍ପୃକ୍ତ ଅଧିକାରୀମାନେ ବିଶେଷ ଧ୍ୟାନ ଦେବାକୁ ଜିଲ୍ଲାପାଳ କହିଛନ୍ତି । ଏଥ୍‌ନିମନ୍ତେ ପ୍ରଚାର ପତ୍ର, ବ୍ୟାନର, ଡାକବାଜି ଯନ୍ତ୍ର ଆଦି ଦ୍ବାରା ପ୍ରଚାର କରାଇ ଅଭିଭାବକ ଏବଂ ମାଟ୍ରିକ ପରୀକ୍ଷାରେ କୃତ କାର୍ଯ୍ୟ ହୋଇଥିବା ଛାତ୍ରୀମାନଙ୍କୁ ଅବଗତ କରାଇ ଉତ୍ସାହିତ କରିବାକୁ କହିଛନ୍ତି । ଜିଲ୍ଲାର ସମସ୍ତ ଚିକିତ୍ସାଳୟଗୁଡିକୁ ଅଧୁକାରୀମାନେ ପରିଦର୍ଶନରେ ଯାଇ ଆବଶ୍ୟକ ସ୍ଥଳେ ପ୍ରସ୍ତାବ ଦେବାକୁ କହିଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖ୍, ସମସ୍ତେ ବିଶେଷ ସତର୍କତା ଅବଲମ୍ବନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

ବୈଠକରେ ପ୍ରତି ପଞ୍ଚାୟତ ଏବଂ ବ୍ଲକରେ ମୋ ବସ ଷ୍ଟାଣ୍ଡ ନିର୍ମାଣ, ବସ ରୁଟ୍ ଚାର୍ଟ ପ୍ରସ୍ତୁତି, ପୁରୁଣା ସରକାରୀ କୋଠାର ମରାମତି ଏବଂ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ, ବିଦ୍ୟାଳୟ ଗୁଡିକର ଆବଶ୍ୟକ ମରାମତି କାର୍ଯ୍ୟ, ସମସ୍ତ ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକରେ ପାନୀୟ ଜଳ, ବିଦ୍ୟୁତ ସରବରାହ ଏବଂ ଶୌଚାଳୟର ବ୍ୟବସ୍ଥା, ପିଲାମାନଙ୍କର ବସିବା ପାଇଁ ଛୋଟ ଚୌକି ଓ ଡେସ୍କ ର ବ୍ୟବସ୍ଥା, ଶିକ୍ଷକ ମାନଙ୍କ ଦ୍ବାରା ହେଉଥିବା ଇଚ୍ ୱାନ ଟିଚ୍ ୱାନ କାର୍ଯ୍ୟକ୍ରମ, ଅଗ୍ରାଧୂକାର ଭିଭିରେ ଅସହାୟ, ବିଧବା, ଦୃଦ୍ଧ/ବୃଦ୍ଧା ଙ୍କୁ ଭତ୍ତା ପ୍ରଦାନ ଏବଂ ଅନ୍ୟାନ୍ୟ ସରକାରୀ ସୁବିଧା ପ୍ରଦାନର ବ୍ୟବସ୍ଥା, ବିଦ୍ୟାଳୟର ରୂପାନ୍ତରୀକରଣ କାର୍ଯ୍ୟ, ମାନରେଗା ଯୋଜନାରେ ଅଧ୍ବକ ଶ୍ରମିକ ନିଯୁକ୍ତି, ଏସ.ଇ.ବି.ସି. ସର୍ଭେର ଅଗ୍ରଗତି, ଜିଲ୍ଲାର ପ୍ରମୁଖ ସ୍ଥାନମାନଙ୍କରେ ବୃକ୍ଷରୋପଣ ଆଦି ସମ୍ପର୍କରେ ବିଷଦ ଆଲୋଚନା ହୋଇଥିଲା ।

ଏହି ଭି ସି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ( ସାଧାରଣ ), ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ( ରାଜସ୍ଵ ), ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅଶୋକ କୁମାର ଦାଶଙ୍କ ସମେତ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *