Spread the love

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ଅନ୍ତର୍ଗତ ମଠତେନ୍ତୁଳିଆ ବିଶ୍ବ ଏକଆତ୍ମ ପରିଷଦ ସେବା ସଦନ ତରଫରୁଷଷ୍ଠ ତମ ଚାରା ରୋପଣ ଦିବସ ଓ ଆଲୋଚନା ଚକ୍ର ଅନୁଷ୍ଠାନ ର ଆଜୀବନ ସଭାପତି ଗଙ୍ଗାମାତା ଓ ଅନୁଷ୍ଠାନ ର ପ୍ରୁଷ୍ଠପୋଷକ ସଦାନନ୍ଦ ଭୋଇ ଙ୍କ ମିଳିତ ତତ୍ବାବଧାନରେ ଓ ଅଧ୍ୟକ୍ଷତାରେ ଆଷାଢ଼ ଶୁକ୍ଳ ପୂର୍ଣ୍ଣିମା ଦିବସରେ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲା ର ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ଯୋଗୀନାଥ ମହାନ୍ତି ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ, ବିଶିଷ୍ଟ ଅତିଥି ଭାବେ ଅବସରପ୍ରାପ୍ତ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦଣ୍ଡଧର ସାହୁ ଉପସ୍ଥିତ ହୋଇ ଉଦ୍ ବୋଧନ ଦେଇଥିଲେ ଓ ଚାରା ରୋପଣ କରିଥିଲେ। ଅନୁଷ୍ଠାନ ର ପୁରୀ ସଂସ୍ଥାପକ ସନ୍ତୋଷ କୁମାର ରଥ, ଅନୁଷ୍ଠାନ ର ଆବାହିକା ଦମୟନ୍ତୀ ବେହେରା (ପୂର୍ଣ୍ଣିମା ) ଅନୁଷ୍ଠାନ ର ଦୁଇ ବ୍ୟବସ୍ଥାପିକା ବାସନ୍ତୀ ସାହୁ ଓ କମଳା ମିଶ୍ର କାର୍ଯ୍ୟ କ୍ରମର ଉଦେଶ୍ୟ ବିଷୟରେ ଆଲୋଚନା କରିଥିଲେ। ଅନୁଷ୍ଠାନ ତରଫରୁ ଅତିଥି ମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଗଁଦିଆ ର ଯୁବ ପରିବେଶବିତ୍ ମୋହନ ସେଠୀ ଙ୍କ ସହିତ ଅନୁଷ୍ଠାନ ର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ହୋଇ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *