Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଏ ଟି ଏମ ଲୁଟ ର ଆଉ ଜଣେ ଅଭିଯୁକ୍ତ ଗିରଫ

ଢେଙ୍କାନାଳ ପୋଲିସ କୁ ସଫଳତା

(ଜେ ବି ଏନ /ସୁଶାନ୍ତ କୁମାର) ୦୩/୦୧/୨୦୨୧ ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳୀ ଅଞ୍ଚଳ ରେ  ଡେସେମ୍ବର ତା ୧୪-୧୫ ରିଖ ମଧ୍ୟ ରାତିଏଟିଏମ ଲୁଟ ର ଆଉ ଜଣେ ଅଭିଯୁକ୍ତକୁ ଢେଙ୍କାନାଳ ପୁଲିସ ଗିରଫ୍ କରି କୋର୍ଟ ଚାଲାଣ କରିଛି। ଗିରଫ୍ ଅଭିଯୁକ୍ତ ର ନାମ ଅଜୟ ମହାନ୍ତି( ୨୮)(ରାଜୁ) ପିତା ଦାମୋଦର ମହାନ୍ତି ଗ୍ରାମ କୁରୁଡ଼ା ଥାନା ବାହାନାଗା ବାଲେଶ୍ଵର ଜିଲ୍ଲା ର ବୋଲି ସୂଚନା ମିଳିଛି। ଏହି ଜଣ କୁ ମିଶାଇ ମୋଟ ଏ ଟି ଏମ୍ ଲୁଟ ୫ ଜଣ କୁ କୋର୍ଟ ଚାଲାଣ କରିବା ସହ ଏହି କେସ୍ ଆଉ କେତେ ଜଣ ସଂଶ୍ଳିଷ୍ଟ ଅଛନ୍ତି ତାହାର୍ ତଦନ୍ତ ପକ୍ରିୟା ଚାଲୁ ରଖିଥିବା ସଦର୍ ଏସ୍ ଡି ପିଓ ପ୍ରିୟାଶୁ ମିଶ୍ର ସୂଚନା ଦେଇଛନ୍ତି।

ଏହି ଅଭିଯୁକ୍ତ ନାମରେ ବାଲେଶ୍ଵର ଅଞ୍ଚଳ ରେ ପୂର୍ବରୁ ବିଭିନ୍ନ ପ୍ରକାରର ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ଠାରୁ ଏକ ଆପୋଲୋ ଆଇ ଫୋନ (1,13,000/-), ସାମସଙ୍ଗ M1, ନଗଦ ୭୦୦୦/-ଟଙ୍କା ଓ (2, 80, 000/-) ବିଭିନ୍ନ ବ୍ୟାଙ୍କ ରେ ଡିପୋଜିଟ ହୋଇଥିବା ଟଙ୍କା ସହ( 25000/-)ଟଙ୍କା ର ଚେକ ଜବତ କରାଯାଇଛି।