Spread the love

ଏନଟିପିସି ତାଳଚେର ଥର୍ମାଲ ପକ୍ଷରୁ ଆନ୍ତର୍ଜାତିକ ଯୋଗଦିବସ ପାଳନ
ତାଳଚେର, ୨୧/୦୬ ଆନ୍ତର୍ଜାତିକ ଯୋଗଦିବସ ୨୦୨୬ କାର୍ଯ୍ୟକ୍ରମକୁ ଏନଟିପିସି ତାଳଚେର ଥର୍ମାଲର ମୁଖ୍ୟ ଅତିଥି ପ୍ରବୀର କୁମାର ମହାପ୍ରବନ୍ଧକ, ସାଗରୀକ ଲେଡ଼ିଜ୍ କ୍ଲବ ସଭାପତି ବିଭା ଅଗ୍ରାୱାଲ, ରୋହିତ କୁମାର ଏଜିଏମ ଏବଂ ସାଗରୀକା ଲେଡ଼ିଜ କ୍ଲବ ମୁଖ୍ୟଯନ୍ତ୍ରୀ, ବରିଷ୍ଟ ଅଧିକାରୀ ଏବଂ ପଦାଧିକାରୀଙ୍କ ଉପସ୍ଥିତିରେ ଆନୁଷ୍ଟାନିକ ଭାବେ ଯୋଗଦିବସ ଉଦଘାଟନ କରାଯାଇଥିଲା । ଯୋଗ ଅଧିବେଶନ ମୁଙ୍ଗେର ଯୋଗପ୍ରଶିକ୍ଷକ ଡ଼ଃ. ରାଜୀବ କୁମାରଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଥିଲା, ଯିଏ ଅଂଶ ଗ୍ରହଣକାରୀ ମାନଙ୍କୁ ଶାରିରୀକ ସୁସ୍ଥତା, ମାନିସିକ ଏବଂ ସାମଗ୍ରୀକ ସ୍ୱାସ୍ଥ୍ୟକୁ ପ୍ରତ୍ସାହିତ କରିବାକୁ ବିଭିନ୍ନ ଯୋଗ ମାଧ୍ୟମରେ ନେତୃତ୍ୱ ଦେଇଥିଲେ । କର୍ମଚାରୀ ସୁସ୍ଥତା ପ୍ରତି ଏହାର ଅଂଶ ସ୍ୱରୂପ ଏନଟିପିସି, ଟିଟିପିଏସ୍ ୦୮.୦୬.୨୦୨୬ରେ ଏକ ଯୋଗ ଶିବିର ଆରମ୍ଭ ହୋଇଥିଲା ଏବଂ ଏହା ୨୫-୦୬-୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । କର୍ମଚାରୀମାନେ ଓ ତାଙ୍କ ପତ୍ନୀ ଏବଂ ସହଯୋଗୀମାନେ ଚଳିତ ଅଧିବେଶନ ସକ୍ରିୟ ଅଂଶ ଗ୍ରହଣ କରିଛନ୍ତି । ଏହି କାର୍ଯକ୍ରମରେ ଏହାର ଅଂଶୀଦାର ମାନଙ୍କମଧ୍ୟରେ ସ୍ୱାସ୍ଥ୍ୟ, ସୁସ୍ଥତା ଏବଂ ସାମଗ୍ରୀକ ବିକାଶର ସଂସ୍କୃତିକୁ ପ୍ରତ୍ସାହିତ କରିବା ପ୍ରତି ଏନଟିପିସି ଟିଟିପିଏର ପ୍ରତିଫଳିତ କରିଥିଲା ।

Leave a Reply

Your email address will not be published. Required fields are marked *