Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଏବିଭିପି ଢେଙ୍କାନାଳ ପକ୍ଷରୁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି 

ଜେ ବି ଏନ, ୦୫/୦୪ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : ଛତିଶଗଡ଼ର ବୀଜାପୁର ର ସୁଖମା ଠାରେ ମାଓବାଦୀ ଙ୍କ ସହ ଗୁଳି ବିନିମୟ ରେ ଭାରତ ମାତାର ବୀର ପୁତ୍ର ୨୨ ଜଣ ସିଆରପିଏଫ୍ ଯବାନ ଓ କିଛି ଯବାନ ଆହତ ହୋଇଛନ୍ତି l

ଏହି ବୀର ଯବାନ ମାନଙ୍କ ଅମର ଆତ୍ମାର ସଦାଗତୀ ନିମନ୍ତେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଢେଙ୍କନାଳ ନଗର୍ ଶାଖା ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯଇଥିଲା l ପ୍ରଥମେ ଦୀପ ଜାଳି ଭାଗବାନ ଙ୍କ ନିକଟରେ ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା l ଏଥିରେ ଏବିଭିପି ଓଡିଶା ର ରାଜ୍ୟ ସହ ସମ୍ପାଦକ ଅରିଜିତ ପଟ୍ଟନାୟକ ଉପସ୍ଥିତ ରହି ମତବ୍ୟକ୍ତ କରିଥିଲେ ଯେ ଏହି ଭଲି ବୀର ଯବାନ୍ ମାନଙ୍କ ବଳିଦାନ ବ୍ୟର୍ଥ ଜୀବନୀ, ଯୁବ ସମାଜ ସଚେତନ ହେବା ଦରକାର ଏହି ଭଲି ମାଓବାଦୀ ସହରୀ ବାମପନ୍ଥି ମାଓବାଦୀ ଙ୍କ ସହଯୋଗରେ ଏହି ଭଲି କାଣ୍ଡ ଘଟାଉଛନ୍ତି, ମାଓବାଦୀଙ୍କୁ ଉଚିତ୍ ଜବାବ ଦେବା ସହିତ ସମାଜ ରେ ଥିବା ସହରୀ ମାଓବାଦୀଙ୍କୁ ମଧ୍ୟ ଉଚିତ ଜବାବ ଦେବାର ସମୟ ଆସିଛି l

ସେହିପରି ଢେଙ୍କାନାଳ ବିଭାଗର ବିଭାଗ ସଂଯୋଯକ ବି ସୂର୍ଯ୍ୟ ରୋଶନ ଉପସ୍ଥିତ ରହି ଏହି ଭଲି ଘୃଣ୍ୟ କାର୍ଯ୍ୟ କୁ ନିନ୍ଦା କରିବା ସହ ବୀର ଯବାନ ମାନକୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ l ଏବିଭିପିର ଛାତ୍ର ନେତା ସୁଧାକର ସାହୁ କାର୍ଯୟକ୍ରମ ପରିଚାଳନା କରିଥିଲେ l ପରିଶେଷରେ ଶାନ୍ତି ପାଠ କରାଯାଇ ଅମର ଆତ୍ମାଙ୍କ ଶାନ୍ତି କାମନା କରାଗଲା l ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଟେକ୍ନିକାଲ୍ ସେଲ ସହ ସଂଯୋଯକ ଅରୂପ ପଟ୍ଟନାୟକ,ନଗର୍ ଉପସଭାପତି ସିଦ୍ଧାର୍ଥ ଜେନା, ଢେଙ୍କାନାଳ ନଗର୍ ସହ ସମ୍ପାଦକ ପ୍ରଥମ ହୋତା, ସତ୍ୟପ୍ରିୟ ବାରିକ ପ୍ରମୁଖ ଉପସ୍ଥିତ ଥିଲେ l