Spread the love

ଏମସିଏଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ଆଜି ତାଳଚେର ଧରମପୁର ପଞ୍ଚାୟତର ବିହରିପୂର ଗ୍ରାମରେ ଲିଙ୍ଗରାଜ Mcl ସିଏସଆର ପାଣ୍ଠି ରୁ ସ୍ଥାନୀୟ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି। ସକାଳ ୯ ଘଟିକା ରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଏହି ସ୍ବାସ୍ଥ୍ୟ ସେବା ଅନୁଷ୍ଠିତ ହୋଇଥିଲା। ତେବେ ଏମସିଏଲ ର ଦୁଇ ଜଣ ଡାକ୍ତର ଆଲମ୍ ଓ ଡାକ୍ତର ଯୁଗନାଥ କୌସିକ୍ ଲୋକ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ମାଗଣା ମେଡିସିନ ପ୍ରଦାନ କରୁଛନ୍ତି। ତାଳଚେର ଅଞ୍ଚଳ ଏମସିଏଲ ଦ୍ବାରା ପ୍ରଭାବିତ ହେଉ ଥିବାରୁ ଏମସିଏଲର ତତ୍ତ୍ଵାବଧାନରେ ଲୋକ ମାନଙ୍କର ଟିବି ଟେଷ୍ଟ ମଧ୍ଯ କରାଯାଇଅଛି, ଯଦି କିଛି ସିମଟମ୍ ପରୀକ୍ଷା ରେ ବାହାରେ ତେବେ ସେମାନଂକୁ ଡ଼ାକି ମାଗଣା ରେ ମେଡିସିନ ଦିଆଯିବ ବୋଲି ଡାକ୍ତର ଙ୍କ ପକ୍ଷରୁ ସୂଚନା ମିଳିଛି।ଧରମପୁର ପଞ୍ଚାୟତ ସହିତ କଙ୍କିଳୀ ପଞ୍ଚାୟତ ର ୨୬୫ ରୁ ଉର୍ଦ୍ଧ୍ବ ଲୋକମାନଙ୍କ ଆଜି ଏହି ସ୍ବାସ୍ଥ୍ୟ ଶିବିର ରେ ସ୍ବାସ୍ଥ୍ୟ ପରୀକ୍ଷା କରଯାଇଥିବା ଡାକ୍ତର ଓ ଧରମପୁର ର ସରପଂଚ ପାଟରାଣୀ ଭୂତିଆ ସୂଚନା ଦେଇଛନ୍ତି।ତେବେ ଆଜିର ଏହି ସ୍ବାସ୍ଥ୍ୟ ଶିବିର କିପରି ଭାବେ ଭଲ ହେବ ଏବଂ ଲୋକାମନେ ସ୍ବାସ୍ଥ୍ୟ ସେବା ପାଇବେ ସେଥି ନିମନ୍ତେ ସରପଞ୍ଚ ପାଟରାଣୀ ଭୂତିଆ ଓ ସମିତିସଭ୍ୟ ତାରିଣୀ ମହାନ୍ତି ନିଜେ ଉପସ୍ଥିତ ରହି ସହଯୋଗ କରିଥିଲେ, ମେଡିକାଲ ଟିମ୍ ଲୋକ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେଇଥିଲେ।

ତାଳଚେର ରୁ ସୁବାଷ ସାମଲ ଙ୍କ ରିପୋର୍ଟ I JBN NEWS

Leave a Reply

Your email address will not be published. Required fields are marked *