Spread the love

### ଓଡ଼ିଶାକୁ ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ଗସ୍ତକୁ ନେଇ ପ୍ରସ୍ତୁତି ଆରମ୍ଭ

ଅକ୍ଟୋବର ୨୫ରେ ମୋଦୀ, ୨୮ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଖୁବ୍‌ଶୀଘ୍ର ଓଡ଼ିଶା ଗସ୍ତରେ ଆସୁଛନ୍ତି ଦେଶର ଦୁଇ ପ୍ରମୁଖ ରାଷ୍ଟ୍ରୀୟ ନେତୃତ୍ୱ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରସ୍ତାବିତ ଓଡ଼ିଶା ଗସ୍ତକୁ ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି।

ସୂଚନା ଅନୁଯାୟୀ, ଅକ୍ଟୋବର ୨୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବାକୁ ଥିବାବେଳେ ଅକ୍ଟୋବର ୨୮ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ଦୁଇ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା, ଯାତାୟାତ ଓ ଆନୁଷଙ୍ଗିକ ବ୍ୟବସ୍ଥା ସମେତ ବିଭିନ୍ନ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଉଛି।

ଏନେଇ ଆଜି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ସମୀକ୍ଷା ବୈଠକ ହେବାକୁ ଯାଉଛି। ବୈଠକରେ ଗସ୍ତ ସମ୍ପର୍କିତ ବିଭିନ୍ନ ପ୍ରଶାସନିକ ବ୍ୟବସ୍ଥା ଓ ଆବଶ୍ୟକ ପଦକ୍ଷେପ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି।

ତେବେ ଉଭୟ ରାଷ୍ଟ୍ରୀୟ ନେତାଙ୍କ ଗସ୍ତର ସବିଶେଷ କାର୍ଯ୍ୟସୂଚୀ ଓ କାର୍ଯ୍ୟକ୍ରମ ସ୍ଥଳ ସମ୍ପର୍କରେ ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା କରାଯାଇଛି।

Leave a Reply

Your email address will not be published. Required fields are marked *